କଲମପୁର ବାର ଆସୋସିଏସନର ବନ ବିହାର ଓ ସାଧାରଣ ବୈଠକ ଅନୁଷ୍ଠିତ

କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା କଲମପୁର ବାର ଆସୋସିଏସନର ବନ ବିହାର କାର୍ଯ୍ୟକ୍ରମ ସିଂଘାରି ଘାଟି ପାଦ ଦେଶରେ ଥିବା ଶାଗୁଆନ ବଗିଚା ନିକଟରେ ସ୍ଥିତ ଝରଣା କୂଳରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ସାଂଗଠାନିକ ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା, ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ କଲମପୁର ବାର ଆସୋସିଏସନର ସଭାପତି ଆଇନଜୀବୀ ସୁଶିଲ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ, ଆସୋସିଏସନର ସମ୍ପାଦକ ଆଇନଜୀବୀ ଲୋକ ନାଥ ନାଏକ ବିଗତ ବର୍ଷର ଆୟବ୍ୟୟ ଉପରେ ବିବରଣୀ ପାଠ କରିଥିଲେ, ଏସବୁ କାର୍ଯ୍ୟକ୍ରମର ପୁରୋଧା ଭାବେ ଶଷଦେବ ନାଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଏହି ବାର ଆସୋସିଏସନର ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ, ଆଲୋଚନାରେ ବାର ଆସୋସିଏସନର ରେଜିଷ୍ଟ୍ରେସନ କିପରି ଶିଘ୍ର ହୋଇ ପାରିବ,ଜେଏମଏଫସି କୋର୍ଟ ଶିଘ୍ର ଉଦଘାଟନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା, ଉକ୍ତ କୋର୍ଟ ସମସ୍ତଙ୍କ ପାଇଁ ସୁବିଧା ଜନକ ସ୍ଥାନରେ କରିବାକୁ ଉପସ୍ଥିତ ସଦସ୍ୟ ମାନେ ମତ ରଖିଥିଲେ, ଏଥିରେ ବରିଷ୍ଠ ଆଇନଜୀବୀ ଜୟନ୍ତ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଆଇନଜୀବୀ ଉପେନ୍ଦ୍ର ବିହାରୀ, ଜିତେନ୍ଦ୍ର ପଟେଲ,ମାନସ ରଞ୍ଜନ ବାଗ, ଟିକେ ମଣି ଶବର, ଗୋପାଳ ସାହୁ,ଘଣ୍ଟେଶ୍ବର ବାଗ ଉପସ୍ଥିତ ଥିଲେ, ଏଥିରେ ଓକିଲ କିରାଣୀର ବ୍ଲକ ସଭାପତି ନକୁଳ ରଣାଙ୍କ ଅନୁପସ୍ଥିତରେ ପ୍ରତିନିଧି ଭାବେ ବରିଷ୍ଠ ଓକିଲ କିରାଣୀ ଦେବୀ ପ୍ରସାଦ ଚିନ୍ଦା ଉପସ୍ଥିତ ରହି ତାଙ୍କ ମତ ପ୍ରକାଶ କରିଥିଲେ,ଏହା ସହିତ ଓକିଲ କିରାଣୀ ଚିତ୍ତ ରଞ୍ଜନ ନାଏକ,ନିଧନ ନାଗ, ଧନଞ୍ଜୟ ନାଏକ,ପ୍ରମୋଦ ନିମୁଲିଆ,ଶ୍ୟାମ ନାଗ, ଶଙ୍କର ପ୍ରସାଦ ସୁନାନୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ଆଗାମୀ ଦିନର କାର୍ଯ୍ୟ କଳାପକୁ ଆଗେଇ ପାଇଁ ଦୃଢ ସଂକଳ୍ପ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!