କଳିଙ୍ଗ ଟୁଡେର ଯୁବ ସାମ୍ବାଦିକ ଉଦିତ ନାରାୟଣ ଠାକୁରଙ୍କ ଜନ୍ମଦିନ ଉତ୍ସାହରେ ପାଳନ

ଭୁବନେଶ୍ୱର( ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳିଙ୍ଗ ଟୁଡେ ର ଯୁବ ସାମ୍ବାଦିକ ତଥା କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଉଦିତ ନାରାୟଣ ଠାକୁରଙ୍କ ଜନ୍ମଦିନ ଆଜି ଭୁବନେଶ୍ୱରସ୍ଥିତ ବରମୁଣ୍ଡା ହେଡ ଅଫିସରେ ଉତ୍ସାହର ସହିତ ପାଳନ କରାଯାଇଛି।କଳିଙ୍ଗ ଟୁଡେର ଚିଫ୍ ଏଡିଟର ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏହି ଜନ୍ମଦିନ ଉତ୍ସବ ଆୟୋଜିତ ହୋଇଥିଲା। ଉଦିତ ନାରାୟଣ ଠାକୁରଙ୍କର ସଚ୍ଚୋଟତା, ନିର୍ଭୀକତା ଏବଂ ନିରପେକ୍ଷ ସାମ୍ବାଦିକତାକୁ ସମସ୍ତେ ପ୍ରଶଂସା କରିଥିଲେ। ତାଙ୍କୁ ଏକ ଅନନ୍ୟ ଦୃଷ୍ଟାନ୍ତ ଭାବରେ ବର୍ଣ୍ଣନା କରାଯାଇଥିଲା, ଯିଏ ସମାଜ ପାଇଁ ସତ୍ୟ ଓ ନ୍ୟାୟର ପଥରେ ଅବିରତ କାର୍ଯ୍ୟ କରି ଆସୁଛନ୍ତି। ଅନୁଷ୍ଠାନରେ ଉପସ୍ଥିତ ସମସ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରେ ଉଦିତଙ୍କ ଜୀବନପଥ କୁସୁମିତ ହେବା ସହ ସାମ୍ବାଦିକତା କ୍ଷେତ୍ରରେ ନୂତନ ଉଚ୍ଚତା ସ୍ପର୍ଶ କରିବାର ଆଶା ପ୍ରକାଶ କରିଥିଲେ। ତାଙ୍କ ପାଇଁ ଶୁଭେଚ୍ଛା ଓ ପ୍ରଶଂସାର ଝଡ଼ ବହିଗଲା।ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଯୁବ ସାମ୍ବାଦିକ ସୁନୀଲ କୁମାର, ବନ୍ଧୁ ଉମାକାନ୍ତ ମେହେର ଏବଂ ଅନ୍ୟାନ୍ୟ ଷ୍ଟାଫ୍ ସଦସ୍ୟମାନେ ଯୋଗ ଦେଇ ଉଦିତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ସମସ୍ତଙ୍କ ମିଳିତ ପ୍ରୟାସରେ ଏହି ଉତ୍ସବ ଅତ୍ୟନ୍ତ ଆନନ୍ଦମୟ ଓ ସ୍ମରଣୀୟ ହୋଇପଡ଼ିଥିଲା।ଉଦିତ ନାରାୟଣ ଠାକୁରଙ୍କ ନିରନ୍ତର ପ୍ରୟାସ ଓ ନିଷ୍ଠା ସାମ୍ବାଦିକତାର ଏକ ଉଜ୍ଜ୍ୱଳ ଉଦାହରଣ। ଆଗାମୀ ଦିନରେ ତାଙ୍କର ସଫଳତାର ନୂଆ ଅଧ୍ୟାୟ ଲେଖାଯିବ ବୋଲି ସମସ୍ତେ ଆଶା ରଖିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!