ଗାଧୋଇବାକୁ ଯାଇ ଇନ୍ଦ୍ରାବତୀ କେନାଲରେ ବୁଡ଼ି ଯୁବକର ମୃତ୍ୟୁ

କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ଘାଟରେ ଗାଧୋଇବାକୁ ଯାଇ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ପାତ୍ରବସା ଗ୍ରାମର ଝସକେତନ ନାଏକ (୩୫) ସକାଳ ପ୍ରାୟ ୮ଟା ସମୟରେ କେନାଲକୁ ଗାଧୋଇବାକୁ ଯାଇଥିଲେ। ହଠାତ୍ ଗୋଡ଼ ଖସିଯିବାରୁ ସେ ଗଭୀର ପାଣିରେ ବୁଡ଼ି ଯାଇଥିଲେ ।ନିକଟବର୍ତ୍ତୀ ଲୋକମାନେ ତୁରନ୍ତ ଖୋଜାଖୋଜି ଆରମ୍ଭ କରିଥିଲେ ହେଁ ତାଙ୍କୁ ପାଇପାରି ନ ଥିଲେ। ସଙ୍ଗେ ସଙ୍ଗେ କଲମପୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଅଭିଯାନ ଚଳାଇ ମୃତ ଦେହ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ କଲମପୁର ଥାନା ଅଧିକାରୀ ଶୁନିଲୋ କଣ୍ଡାଗରୀ ଓ ଏସଆଇ ଶିବଶଙ୍କର ମହାନ୍ତିଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଏକ ଅପମୃତ୍ୟୁ (ୟୁଡି) ମାମଲା ରୁଜୁ କରାଯାଇ ଶବକୁ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାଇ ଖେଳିଯାଇଛି। (ଗଣେଶ ରାମ ବାଗ)

 

Leave a Reply

Your email address will not be published. Required fields are marked *

error: Content is protected !!