ଓବିସିଙ୍କ ଜାତି ଜନଗଣନା ଓ ୟୁଜିସି ଆଇନକୁ କଡାକଡି ଭାବରେ ଲାଗୁକରିବା ଦାବିରେ ଭାରତ ମୁକ୍ତି ମୋର୍ଚ୍ଚାର ରାଷ୍ଟ୍ରବ୍ୟାପୀ ରେଲି ଓ ଗଣବିକ୍ଷୋଭ।

ମୟୁରଭଞ୍ଜ,ବାରିପଦା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଭାରତ ମୁକ୍ତି ମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚାର ତତ୍ତ୍ବାବଧାନରେ ବହୁଜନ କ୍ରାନ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା, ରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ମୋର୍ଚ୍ଚା, ମୟୂରଭଞ୍ଜ ମିଶନ ନେଟୱାର୍କ, ଭାରତ ଜାକତ ମାଝୀ ପାର୍ଗାନା ମୋହଲ, ମୁଣ୍ଡାରି ସମାଜ ସାଂୱାର ଜାମଡ଼ାର ଓ ବହୁଜନ ମୁକ୍ତି ପାର୍ଟିର ମିଳିତ ଆନୁକୁଲ୍ଯରେ ଏସସି, ଏସଟି ଏବଂ ଓବିସିଙ୍କ ସମର୍ଥନରେ ଏକ କଠୋର ୟୁଜିସି ଆଇନ୍ ପ୍ରଣୟନ କରି କଡାକଡି ଭାବରେ କାର୍ଯ୍ୟକାରୀ କରିବା ଓ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଟିଇଟି)ରୁ ୨୦୧୧ ପୂର୍ବରୁ ନିଯୁକ୍ତ ଶିକ୍ଷକମାନଙ୍କୁ ମୁକ୍ତ କରିବା ସମର୍ଥନରେ, ଜାତିଭିତ୍ତିକ ଜନଗଣନା ଏବଂ ଓବିସିଙ୍କ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ଓବିସିଙ୍କ ପ୍ରତି ବିଜେପି ଦ୍ୱାରା କରାଯାଉଥିବା ପ୍ରତାରଣା ବିରୁଦ୍ଧରେ ତଥା ଉପଯୁକ୍ତ କ୍ଷତିପୂରଣ ଏବଂ ଥଇଥାନର ବ୍ୟବସ୍ଥା ନ କରି ଆଦିବାସୀଙ୍କୁ ବିକାଶ ନାମରେ ଜଳ, ଜଙ୍ଗଲ, ଜମି ଓ ବାସସ୍ଥାନରୁ ଉଚ୍ଛେଦ କରିବା ବିରୁଦ୍ଧରେ, ଧର୍ମ ନାମରେ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି କରାଯାଉ ଥିବା ଭେଦଭାବ ଏବଂ ଅତ୍ୟାଚାର ବିରୁଦ୍ଧରେ, ଦୀର୍ଘଦିନରୁ ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ବସବାସ କରି ରହି ଆସୁଥିବା ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ଓ ଉପଯୁକ୍ତ ଥଇଥାନର ବ୍ୟବସ୍ଥା ନ କରି ବାସଚ୍ୟୁତ କରିବା ବିରୁଦ୍ଧରେ ଏବଂ ଅନ୍ଯାନ୍ଯ ମହତ୍ତ୍ବପୂର୍ଣ୍ଣ ଦାବିକୁ ନେଇ ଦେଶବ୍ୟାପୀ ପର୍ଯ୍ୟାୟବଦ୍ଧ ଆନ୍ଦୋଳନର ତୃତୀୟ ପର୍ଯ୍ୟାୟର ଅଂଶ ସ୍ୱରୂପ, ଆଜି ଓଡ଼ିଶାର ମୟୂରଭଞ୍ଜର ଜିଲ୍ଲା ମୁଖ୍ୟାଳୟ ବାରିପଦାରେ ଭାରତ ମୁକ୍ତି ମୋର୍ଚ୍ଚାର ରାଜ୍ଯ କାର୍ଯ୍ୟକାରୀ ସଭାପତି କାମେଶ୍ଵର ହେମ୍ବ୍ରମଙ୍କ ନେତୃତ୍ୱରେ ବାରିପଦା ସ୍ଥିତ ଛଉପଡିଆରୁ ସହସ୍ରାଧିକ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକମାନେ ସେମାନଙ୍କର ଦାବିଗୁଡ଼ିକ ବ୍ଯାନର, ପୋଷ୍ଟର, ପ୍ଲାକାର୍ଡ, ସ୍ଳୋଗାନ ମାଧ୍ୟମରେ ଶାସନ-ପ୍ରଶାସନ ଓ ସରକାରଙ୍କୁ ଅବଗତ କରାଇବା ଉଦ୍ଦେଶ୍ଯରେ ଏକ ବିଶାଳ ପ୍ରଦର୍ଶନ ରାଲି ବାରିପଦା ସ୍ଥିତ ଛଉପଡିଆରୁ ବାହାରି ସହର ପରିକ୍ରମା କରିଥିଲେ ଏବଂ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପରେ ୯ ଦଫା ସମ୍ବଳିତ ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ମାନନୀୟ ଜିଲ୍ଲାପାଳଙ୍କୁ ପ୍ରଦାନ କରି ଶାନ୍ତିପୂର୍ଣ୍ଣ ଭାବରେ ଶୋଭାଯାତ୍ରା ସମ୍ପନ୍ନ କରିଥିଲେ । ଏଣୁ ସଙ୍ଗଠନର ନେତୃତ୍ବ ଏବଂ ଆନ୍ଦୋଳନକାରୀଙ୍କ ପକ୍ଷରୁ ମହାମହିମ ରାଷ୍ଟ୍ରପତି ଏବଂ ଭାରତ ସରକାରଙ୍କୁ ବିନମ୍ର ନିବେଦନ କରାଯାଇ ଅଛି ଯେ ସ୍ମାରକପତ୍ରରେ ଉଲ୍ଲେଖିତ ଦାବୀଗୁଡ଼ିକ ଉପରେ ଶୀଘ୍ର ଏବଂ ସକାରାତ୍ମକ ନିଷ୍ପତ୍ତି ନିଆଯାଉ । ଯଦି ଉପରୋକ୍ତ ଦାବିଗୁଡ଼ିକ ଉପରେ ଶୀଘ୍ର ସକାରାତ୍ମକ ନିଷ୍ପତ୍ତି ନ ନିଆଯାଏ ତେବେ ଭାରତ ମୁକ୍ତି ମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଦ୍ୱାରା ସାମ୍ବିଧାନିକ ଓ ଶାନ୍ତିପୂର୍ଣ୍ଣ ଉପାୟରେ ଏହି ରାଷ୍ଟ୍ରବ୍ୟାପୀ ଚରଣବଦ୍ଧ ଜନଆନ୍ଦୋଳନକୁ ଆହୁରି ଅଧିକ ତୀବ୍ର ଏବଂ ବ୍ୟାପକ କରାଯିବା ସହିତ ଭାରତ ବନ୍ଦ କରାଯିବ ଯାହାର ସମ୍ପୂର୍ଣ୍ଣ ଦାୟି ଭାରତ ସରକାର ଓ ଶାସନ-ପ୍ରଶାସନ ହେବ । ଭାରତୀୟ ସମ୍ବିଧାନ, ଗଣତନ୍ତ୍ରର ସୁରକ୍ଷା ଏବଂ ମୂଳନିବାସୀ ବହୁଜନ ସମାଜ ଉପରେ ଦେଶବ୍ୟାପୀ ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ସାମାଜିକ ନ୍ୟାୟ, ସମାନତା ଏବଂ ଅନ୍ଯାନ୍ଯ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକ ନେଇ ଅନୁଷ୍ଠିତ ଏହି ବିଶାଳ ପ୍ରଦର୍ଶନ ରାଲିରେ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ରାଜ୍ଯ ସଭାପତି ବାଇଧର ସିଂହ, ଜିଲ୍ଲା ସଭାପତି ବୈଦ୍ୟନାଥ ସିଂହ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଜିଲ୍ଲା ସଭାପତି ଗିରିଶ ଚନ୍ଦ୍ର ମାର୍ଣ୍ଡି, ରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ମୋର୍ଚ୍ଚାର ଜିଲ୍ଲା ସଭାପତି ଜାକବ ସୋରେନ, ବହୁଜନ ମୁକ୍ତି ପାର୍ଟି ମହିଳା ପ୍ରକୋଷ୍ଠର ରାଜ୍ଯ ସଂଯୋଜିକା ଶାନ୍ତିଲତା ଚାତାର, ମୁଣ୍ଡାରି ସମାଜ ସାଂୱାର ଜାମଡ଼ାର ସଭାପତି ନନ୍ଦଲାଲ ସିଂହ, ଭାରତ ଜାକତ ମାଝୀ ପାର୍ଗାନା ମୋହଲ ରାଜ୍ଯ ସଭାପତି ବାଳକରାମ ବାସ୍କେ, ଭାରତ ମୁକ୍ତି ମୋର୍ଚ୍ଚା ମହିଳା ସଂଘର ଜିଲ୍ଲା ସଭାନେତ୍ରୀ ଶିବାନୀ ସୋରେନ, ସିମନ୍ତ ସୋରେନ, ସିଙ୍ଗରାୟ ବେଶ୍ରା, କାପୁରା ଟୁଡୁ, ବିଶ୍ବନାଥ ଟୁଡୁ, ସୁକୁରାମ ସିଂହ, ଏମଏନ ଟିଭି ବାଲେଶ୍ବର ପ୍ରତିନିଧି ଏବଂ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ରାଜ୍ଯ ମିଡିଆ ପ୍ରଭାରୀ ଗୌତମ ସିଂହ ପ୍ରମୁଖ ସହସ୍ରାଧିକ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ଉପସ୍ଥିତିରେ ଉକ୍ତ ରାଲିକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!