
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଖାଦ୍ୟ ପ୍ରତିଷ୍ଠାନରେ ନିରୀକ୍ଷଣ କରାଯାଇଥିଲା । ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ମାନଦଣ୍ଡ ପାଳନ ହେଉଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ୧୬ଟି ଖାଦ୍ୟ ପ୍ରତିଷ୍ଠାନରେ ଚଢ଼ଉ ଅଭିଯାନ ଚାଳାଇଥିଲେ । ଏହି ଅଭିଯାନରେ ୪ଟି ଜଳ ନମୁନା ସଂଗ୍ରହ କରାଯାଇ ଜୀବାଣୁ ପରୀକ୍ଷଣ ପାଇଁ ଜିଲ୍ଲା ସାର୍ବଜନୀନ ସ୍ୱାସ୍ଥ୍ୟ ପରୀକ୍ଷାଗାର (ଡିପିଏଚଏଲ)କୁ ପଠାଯାଇଛି। ଏହା ସହିତ, ପ୍ରାୟ ୨୩ କିଲୋଗ୍ରାମ ବାସୀ ଏବଂ ସିନ୍ଥେଟିକ ରଙ୍ଗ ମିଶ୍ରିତ ଖାଦ୍ୟ ସାମଗ୍ରୀ ଘଟଣାସ୍ଥଳରେ ନଷ୍ଟ କରାଯାଇଛି। ଖାଦ୍ୟ ଓ ଜଳଜନିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି। ଏହି ନିରୀକ୍ଷଣରେ ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ସୁରକ୍ଷା ଅଧିକାରୀ ବିଶ୍ୱଜିତ ନାୟକ, ଏମଟିଏସ ଗଜେନ୍ଦ୍ର କୈବର୍ତ୍ତ ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ