
ଧର୍ମଗଡ:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ ଭୀମଖୋଜପଡା କ୍ରିକେଟ ମଇଦାନରେ ଆୟୋଜିତ ପାତାଳେଶ୍ୱର ନକ୍ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସନ୍ଧିକୁଳେରୀ ଦଳ ଚାମ୍ପିଅନ ହୋଇଛି। ଫାଇନାଲ ମ୍ୟାଚରେ ସନ୍ଧିକୁଳେରୀ ଓ ପଞ୍ଜିଆଁ ଦଳ ମଧ୍ୟରେ ମୁକାବିଲା ହୋଇଥିଲା। ସନ୍ଧିକୁଳେରୀ ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୧୧୨ ରନ୍ ସଂଗ୍ରହ କରିଥିଲା। ଜବାବରେ ପଞ୍ଜିଆଁ ଦଳ ୧୦ ଓଭରରେ ୧୦୬ ରନ୍ରେ ଅଲଆଉଟ ହୋଇଯାଇଥିଲା। ଫଳରେ ସନ୍ଧିକୁଳେରୀ ଦଳ ୬ ରନ୍ରେ ବିଜୟୀ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସମାଜସେବୀ କୋକିଳସ୍ୱର ନାୟକ ଓ କୈଳାଶଚନ୍ଦ୍ର ନାୟକ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସେମାନେ ଖେଳାଳିମାନଙ୍କୁ ଆଗାମୀ ଦିନରେ ଆହୁରି ଉନ୍ନତ ପ୍ରଦର୍ଶନ କରି ଭାରତ ପାଇଁ ଖେଳିବାକୁ ପ୍ରେରଣା ଦେଇଥିଲେ। ମ୍ୟାଚ ପରିଚାଳନାରେ ଅମ୍ପାୟାର ଭାବେ ରଞ୍ଜିତ ନାୟକ ଓ ଦେବେନ୍ଦ୍ର ନାୟକ ଦାୟିତ୍ୱ ତୁଳ୍ଟିଥିଲେ। ଆୟୋଜକ କମିଟିରେ ସୁନୀଲ ଦାସ, ନରେଶ ଦାସ, ବିଶିକେଶନ ନାୟକ, ଲିପୁ ଦାସ, ବାଦଲ ଦାସ ଓ ଶ୍ରୀତମ ଯୋଶୀ ସହଯୋଗ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଥିଲା।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ