
ଖଣ୍ଡପଡ଼ା(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ)ଖଣ୍ଡପଡ଼ା ଅଞ୍ଚଳରେ ପବିତ୍ର ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ସହରରେ ଶ୍ରୀଜଗନ୍ନାଥଜୀଉ ଓ ପ୍ରଭୁ ପତିତପାବନଙ୍କୁ ମନ୍ଦିରରୁ ପହଣ୍ଡି ବିଜେ କରାଯାଇ ରଥାରୂଢ କରାଯିବା ପରେ ପାରମ୍ପରିକ ପ୍ରଥାନୁଯାୟୀ ରଥ ଚାରିପାଖରେ ଛେରାପହଁରା କାର୍ଯ୍ଯ ଶେଷ ହୋଇଥିଲା। ରାଜ ପରିବାରର ସଦସ୍ଯ ସିଦ୍ଧାର୍ଥ ଶେଖର ସିଂହ ୨ ଟି ଯାକ ରଥ ଚାରିପାଖରେ ଛେରାପହଁରା କାର୍ଯ୍ଯ ଶେଷ କରିଥିଲେ। ଛେରାପହଁରା କାର୍ଯ୍ଯ ଶେଷ ପରେ ରଥଟଣା କାର୍ଯ୍ୟକ୍ରମ ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା। ଫଳରେ ସଂଞ୍ଜ ନଇଁବା ପୂର୍ବରୁ ରଥ ୨ଟି ଯାକ ଅଧାବାଟରେ ଅଟକି ରହିଥିବା ଜଣାଯାଇଛି। ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ଯରେ ରଥଟଣା କାର୍ଯ୍ଯ ଆରମ୍ଭ ହୋଇଥିଲେ ହେଁ ଗୁଣ୍ତିଚା ମନ୍ଦିର ନିକଟରେ ୨ଟି ଯାକ ରଥ ନିର୍ଦ୍ଧାରିତ ସମୟରେ ପହଞ୍ଚି ନପାରିବାରୁ ଭକ୍ତ ମହଲରେ ନୈରାଶ୍ଯ ଭାବ ସୃଷ୍ଟି ହୋଇଥିଲା।ସଂନ୍ଧ୍ଯା ସମୟରେ ରଥାରୂଢ ବିଗ୍ରହମାନଙ୍କ ଦର୍ଶନ ନିମନ୍ତେ ରଥ ସମ୍ମୁଖରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।ସଂନ୍ଧ୍ୟା ଆଳତି ବେଳେ ବିଗ୍ରହ ମାନଙ୍କ ନିକଟରେ ଅଧର ପଣା ଲାଗି କରାଯାଇଥିଲା।ପାଗ ଅନୁକୂଳ ଥିବାରୁ ମହାପ୍ରଭୁଙ୍କ ଘୋଷଯାତ୍ରାରେ ଆଖପାଖ ଅଞ୍ଚଳରୁ ୫ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସେହିପରି ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି ଓ ମର୍ଦ୍ଦରାଜପୁର ଠାରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିବା ଜଣାଯାଇଛି। ଘୋଷଯାତ୍ରାରେ ମା ଉମାଦେବୀ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଜନସାଧାରଣଙ୍କ ନିମନ୍ତେ ଟଙ୍କ ତୋରାଣି ଓ ଥଣ୍ତା ପାନୀୟଜଳର ବ୍ୟବସ୍ଥା କରାଯାଇଥିଲାବେଳେ ଅନୁରୁପ ଭାବେ ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟଳର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଜନସାଧାରଣଙ୍କୁ ଦହିପଣା ବଣ୍ଟନର ବ୍ୟବସ୍ଥା କରାଯାଇଥିଲା। ସେହିପରି ଖଣ୍ଡପଡ଼ା ସହରର ରଥଗଡା ଛକରେ ପ୍ରଥମ କରି ଶୁକ୍ରବାର ଶୁଭାରମ୍ଭ ହୋଇଥିବା କାଫେ- ୪୫ ରେ ଜନସାଧାରଣଙ୍କ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥିଲା।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ