
କଲମପୁର(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଶାସନ କ୍ଷମତାକୁ ଆସିଲେ ଋଷୀଙ୍କ ଆୟ ଦ୍ଵିଗୁଣିତ ହେବ । କଟନୀ ଛଟନି ବନ୍ଦ ହେବ । ମଣ୍ଡିରେ ଦଲାଲ ରାଜ ଚଳିବ ନାହିଁ । ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏଭଳି ପ୍ରତିଶୃତି ଦେଇଥିଲା ବି.ଜେ.ପି। ଦଳୀୟ କର୍ମୀ ଦଲାଳ ରାଜ ବନ୍ଦ କରିବାକୁ ମଣ୍ଡି ଜଗିବାକୁ ଆଗଭର ହୋଇଥିଲେ।ରାଜ୍ୟ ଶାସନ କ୍ଷମତାକୁ ଆସିବା ପରେ ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ମଧ୍ୟରୁ କେବଳ ୮ଶହ ଟଙ୍କା ବୋନସ ବ୍ୟତିତ ଅନ୍ୟ କୌଣସି ପ୍ରତିଶୃତି ପୂରଣ କରି ନାହିଁ। ଦଲାଲଙ୍କ କବ୍ଜାରୁ ମୁକୁଳି ନାହିଁ ମଣ୍ଡି,ମଣ୍ଡି ଜଗିବାରେ ଫେଲ ମାରିଛି ବିଜେପି। ବର୍ତ୍ତମାନ ମଣ୍ଡିରେ କଟନୀ ଛଟନି ସହ ଦଲାଲ ଦୌରାତ୍ମ୍ୟ ବୃଦ୍ଧି ପାଇଛି । ଏହି ଦଲାଇ ଦୌରାମ୍ ବୃଦ୍ଧି ପାଇବାରେ ଦେଢ ମାସ ଧରି ଲାଗି ରହିଥିବା ବର୍ଷା ସୁଯୋଗ ସୃଷ୍ଟି କରିଛି । ରୀତୀମତ ବର୍ଷା ବର୍ଷୁଥିବାରୁ ଚାଷୀ ଧାନ ସୁରକ୍ଷା ଦେବାରେ ମଧ୍ୟ ବିଫଳ ହେଇଛନ୍ତି । ଏଭଳି ସ୍ଥିତିରେ ପ୍ରଶାସନିକ ଅବହେଳା ମୁଖ୍ୟ କାରଣ । ପ୍ରଥମତଃ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ପକ୍ଷରୁ ଜଳ ଯୋଗାଣରେ ବିଳମ୍ବ, ଏହାସହ ଧାନ ମଣ୍ଡି ଆରମ୍ଭ ମଧ୍ୟ ଅହେତୁକ ବିଳମ୍ବ । ମିଲର୍ସ ଇଚ୍ଛାରେ ପ୍ରଶାସନ ଯେଉଁଥିପାଇଁ ଋଷୀ ନ୍ୟାୟ ପାଇ ପାରୁ ନାହାନ୍ତି । ଚଳିତ ବର୍ଷ ରବି ଧାନ ସଂଗ୍ରହ ପାଇଁ ମଇ ୨୦ରୁ ମଣ୍ଡି ଆରମ୍ଭ ହେଇଥିଲା । ପ୍ରଶାସନ ପକ୍ଷରୁ ଜୁନ ୩୦ ପର୍ଯ୍ୟନ୍ତ ଋଷୀଙ୍କ ଟୋକନ ଦିଆଯାଇଥିଲା। କିନ୍ତୁ ମଇ ୨୦ରୁ ମଣ୍ଡି ଆରମ୍ଭ ସହ ଆରମ୍ଭ ହେଇଥିଲା ଲଗାଣ ବର୍ଷା ଯେଉଁଥିପାଇଁ ଚାଷୀ ସୁଖା ଏବଂ ସଫା ଧାନ ମଣ୍ଡିକୁ ନେବାରେ ଅସମର୍ଥ ହେଇଥିଲେ | ବର୍ଷା ଏବଂ ପବନ ଯୋଗୁଁ ଅନେକ ଚାଷୀଙ୍କ ଅମଳ ହେବାକୁଥିବା ଧାନ ଜମିରେ ପଢିଯାଇଥିଲା । ଏହା ଉପରେ ପାଣି ଚାଲିବା ସହ ମାଟି ହେଇଯାଇଥିଲା । ଯେଉଁଥିରୁ ସଫା ଧାନ ବାହାରିବା କଷ୍ଟକର ହେଇଥିଲା । ଅନ୍ୟପଟେ ଧାନ ସୁଖାଇବା ମଧ୍ୟ ସମ୍ଭବ ହେଇନଥିଲା । ଋଷୀ କଷ୍ଟରେ ନିଜ ନିଜ ଧାନ ସୁଖଇ ମଣ୍ଡିକୁ ନେବା ବେଳକୁ ଜୁନ ୨୨ରୁ ବିଜମରା, ଦୁଲକିବନ୍ଧ ମଣ୍ଡିର ଫାଟକ ବନ୍ଦ କରି ଦିଆଗଲା । ଆଉ ଚାଷୀ ଘରେ ଖଳାରେ ଏବଂ ରାସ୍ତା କଡରେ ରଖିଥିବା ଧାନ ମଣ୍ଡିକୁ ଆଣି ପାରିଲେ ନାହିଁ । ଯେଉଁଥିପାଇଁ ଦୁଲକିବନ୍ଧର ଚାଷୀ ଯଯାଦୀ କେଶରୀ ଗହୀର, ଅୟପା ଚୌଧୁରୀ, ବି. ସୂର୍ଯ୍ୟ ନାରାୟଣ, ଓ୍ବାଇ ବିନୋଦ କୁମାର, ଉପାସୀ ଗହୀର, ଧନେଶ୍ଵର ମାଝୀ, ହୀରାଲାଲ ମାଝୀ, ଜରି ମାଝୀ, ବିଜମରାର ସଦା ଶିବ ରାଉତ, ସୁଧାଂଶୁ ଶେଖର ପଣ୍ଡା, କମଳାକାନ୍ତ ମାଝୀ ପ୍ରମୁଖ ଚାଷୀଙ୍କ ଟୋଳନ ଅବଧ ଶେଷ ହେଇ ସାରିଛି । ସେଥିପାଇଁ ଚାଷା ଏବେ ହରଡ ଘଣାରେ । ଏନେଇ ବି.ଡି.ଓ, ତହସିଲଦାର, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଏବଂ ନିଲ୍ଲାପାଳଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ କରାଯାଇଥଲେ ମଧ୍ୟ କେହି ଅଧିକାରୀ ଫୋନ ଉଠାଇ ନାହାଁନ୍ତି। ଚାଷୀଙ୍କ ଏଭଳି ଦୁଃସମୟରେ କେହି ଅଧିକାରୀ ଗୁରୁତ୍ୱ ନଦେବା ଆମ ସରକାର କୃଷକ ଯୋଜନା କୁଠାର ଘାତ ବୋଲି ଚାଷୀ ମହଲରେ ଅଭିଯୋଗ ହେଉଛି । ତେଣୁ ଚାଷୀଅନ୍ୟ ଉପାୟ ନପାଇ ବାଧ୍ୟ ହେଇ ରବିବାର ବିଜମରା, ଦୁଲକିଵନ୍ଧ ଧାନ ମଣ୍ଡିର ଫାଟକରେ ଧାନ ବ୍ୟାଗ ରଖି ପ୍ରତିବାଦ କରିଛନ୍ତି । କିନ୍ତୁ ସଂଦ୍ଧା ୭ଟା ସୁଧା କେହି ପ୍ରଶାସନିକ ଅଧିକାରୀ ଏପ୍ରତି ଗୁରୁତ୍ୱ ଦେଇନ ଥିବାରୁ ଏକ ବିରାଟ କୃଷକ ଆନ୍ଦୋଳନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଅନ୍ୟପଟେ ମୀନଗୁର, ମଣ୍ଡଳ, ଉଇଁରୀ ଧାନ ମଣ୍ଡି ସମେତ ବଡ଼କୁଟୃ, ଡଙ୍ଗରୀପଡା, ପ୍ରମୁଖ ଧାନ ମଣ୍ଡିରେ ମଧ୍ୟ ହଜାର ହଜାଇ ବ୍ୟାଗ ଧାନ ପତି ରହିଛି । ସରକାରୀ ଅବହେଳା ଓ ବିଜେପିର ବଡ଼ ବଡ଼ ପ୍ରତିଶ୍ରୁତି ଭିତରେ କୋୖଣସି ଜନପ୍ରତିନିଧିଙ୍କ ଦେଖାଯାଉନାହିଁ। ଯାହାକୁ ମଣ୍ଡି ଜଗିବାରେ ଫେଲ ମାରିଛି ବିଜେପି ବୋଲି ଅଭିଯୋଗ ହେଉଛି।