
ଭୁବନେଶ୍ୱର(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ)ସୋମବାର ନେତାଜୀ ଭବନ ଭୁବନେଶ୍ବର ଠାରେ ଅନୁସୂଚିତ ଜାତି, ଜନଜାତି ,ପଛୁଆବର୍ଗ ଓ ଧର୍ମ ପରିବର୍ତ୍ତିତ ଧାର୍ମିକ ଅଳ୍ପସଂଖ୍ୟକ ଛାତ୍ର ପ୍ରତିନିଧି, ଯୁବ ପ୍ରତିନିଧି, ମହିଳା ପ୍ରତିନିଧି, ତଥା ବିଭିନ୍ନ ସଂଗଠନ ଗୁଡିକର ନେତୃବୃନ୍ଦ ତଥା ବିଭିନ୍ନ ରାଜନୈତିକ ଦଳଗୁଡିକର ନେତୃବୃନ୍ଦଙ୍କ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟର ଦଳିତ ଆଦିବାସୀ ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କ ଉପରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅତ୍ୟାଚାରର ମୁକାବିଲା କରିବାକୁ ଏବଂ ଏହି ସରକାରକୁ ଚେତେଇ ଦେବାକୁ ଆସନ୍ତା କାଲି ମଙ୍ଗଳବାର ଜୁଲାଇ ୧ ତାରିଖ ବ୍ରହ୍ମପୁର୍ ଆର୍ ଡି ସି ଅଫିସ ଘେରାଉ କାର୍ଯ୍ୟକ୍ରମରେ ସଭିଏଁ ସହଯୋଗ କରିବା, ଆସନ୍ତା ୭ ତାରିଖରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ବହୁଜନ ସଂଗଠନ ଗୁଡିକ ମିଳିତ ଭାବରେ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ମେମୋରେଣ୍ଡମ ପ୍ରଦାନ କରିବା ସହିତ ସେହିଦିନ ଜିଲ୍ଲା ସ୍ତରରେ ଓ ଭୁବନେଶ୍ବରରେ ପ୍ରେସ ମିଟ୍ କରିବା ତଥା ୧୫ ତାରିଖରେ ଭୁବନେଶ୍ବରରେ ଏକ ବିଶାଳ ସମାବେଶ ସହିତ ବିଧାନସଭା ଘେରାଉ କରାଯିବ। ରାଜ୍ୟର ପ୍ରତ୍ୟେକ ସମ୍ବିଧାନବାଦି ମାନବତାବାଦୀ ବହୁଜନ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିଜ ନିଜ ସ୍ତରରେ ପ୍ରସ୍ତୁତି କରିବାକୁ ବୈଠକରେ ନିବେଦନ କରାଯାଇଛି ।