
ଦଶପଲ୍ଲା :(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା,ବହୁଜନ କ୍ରାନ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚା, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ,ତରଫରୁ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଚ୍ଛା ୫୭ନଂ ରାଜପଥ ହାଟ ପଡ଼ିଆ ଠାରେ ମଙ୍ଗଳବାର ଅଖ ଚକ ବନ୍ଦ କରି ଭାରତ ବନ୍ଦ କରିଥିବା ଦେଖିବାକୁ ମିଳିଛି।ଏହି ପରିପ୍ରେକ୍ଷୀରେ ଇଭିଏମ କୁ ବିରୋଧ,ଓବିସି ଜାତି ଭିଭିକ ଜନଗଣନା ଦାବି,ବିହାର ରାଜ୍ୟର ବୁଦ୍ଧଗୟା ମନ୍ଦିର ନିୟମ ୧୯୪୯ କୁ ପ୍ରତିବାଦ, ଆର୍ ଏସ ଏସ ଓ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ଵାରା ବହୁଜନ ମୂଳନିବାସୀ ମହାପୁରୁଷମାନଙ୍କୁ ଅପମାନ କରାଯାଉଥିବା ବିରୋଧରେ ଏବଂ ଓଡ଼ିଶାରେ ଏସ ସି, ଏସ ଟି, ଓବିସି ମାନଙ୍କୁ ଅମାନବୀୟ ଅତ୍ୟାଚାର ପ୍ରତିବାଦରେ ଏହି ଭାରତ ବନ୍ଦ କାର୍ଯ୍ୟକ୍ରମ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଭାରତ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଜଗଦୀଶ ନାୟକ, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର ରାଜ୍ୟ ସଂଯୋଜିକା କବିତା ସାହୁ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଜିଲ୍ଲା ସଭାପତି ଶୀନିବାସ ଜାନି, କୁଇ ସମାଜର ସଭାପତି ଲକ୍ଷ୍ମଣ ଜାନି, ଅଲ ଇଣ୍ଡିଆ ସିଡୁଲୁକାଷ୍ଟ ଫେଡେରେସନର ଜିଲ୍ଲା ସଭାପତି ପବିତ୍ର ନାୟକ, ସଂଯୋଜକ ବିଜୟ କୁମାର ସେଠୀ ପ୍ରମୁଖ ସାମିଲ ହୋଇଥିଲେ। ପୋଲିସ ପ୍ରଶାସନ ତରଫରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ