
ଧର୍ମଗଡ଼( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ ଯାଦବ ସମାଜ ତରଫରୁ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ଯାଦବ ସମାଜ ପ୍ରତି ଅମାନବୀୟ ଅତ୍ୟାଚାର ବିରୁଦ୍ଧରେ ଧର୍ମଗଡ ଥାନାରେ ଏତଲା ଦିଆଯାଇଛି। ଉଲ୍ଲେଖ ଥାଉ କି ଗତ କିଛି ଦିନ ତଳେ ଉତ୍ତରପ୍ରଦେଶ ରାଜ୍ୟର ଇଟାୱାରେ ଦୁଇ ଯାଦବ ଭାଗବତ କଥାବାଚକଙ୍କୁ ବ୍ରାହ୍ମଣ ସ୍ତ୍ରୀଙ୍କ ମୂତ୍ର ରେ ଶୁଦ୍ଧି କରଣ କରିବା, ଯାଦବ ପ୍ରବଚକ ଉପରେ ହୋଇଥିବା ଜାତିଗତ ନିର୍ଯାତନା ଓ ଅମାନବୀୟ ଅତ୍ୟାଚାର ଏବଂ ସୁବର୍ଣ୍ଣପୁର ଜିଲ୍ଲା ଚିନାଜୁରୀ ଗାଁର ନିତେଇ ପାଳ ନାମକ ଜଣେ ଯୁବକ ଯାଦବ ସମାଜକୁ ଆକ୍ଷେପ କରି “ଯାଦବ ସମାଜ ଦେଶ ଦ୍ରୋହି” ବୋଲି ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲା। ଯାହାକି ସମଗ୍ର ଯାଦବ ସମାଜକୁ ଗଭୀର ଆଘାତ ଦେବା ସହ ସମ୍ମାନ ହାନିହୋଇଛି।ଏ ନେଇ ଧର୍ମଗଡ ଯାଦବ ସଙ୍ଘ ତରଫରୁ ଅତ୍ୟାଚାର କରିଥିବା ଦୋଷୀ ଓ ଫେସବୁକରେ ଯାଦବ ସମାଜର ନାମରେ ଦେଶଦ୍ରୋହି ବୋଲି ପୋଷ୍ଟ କରିଥିବା ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଧର୍ମଗଡ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଙ୍ଘର ବ୍ଲକ ସଭାପତି ଶଙ୍କର ପ୍ରସାଦ ଜୁଏଡ୍ ଙ୍କ ନେତୃତ୍ୱ ରେ ସମ୍ପାଦକ ଅରକ୍ଷିତ ଭଏଶାଳ, ଜିଲ୍ଲା ଯୁବ ସଭାପତି ଡାକେ ଲହଜଲ, ଲବଣୀ ରାଉତ, ମମତା ଗୋପାଳ, ଧୁସା ଗୋପାଳ ପ୍ରମୁଖ ଉପସ୍ଥିତ ଥାଇ ଚେତାବନୀ ଦେଇଛନ୍ତି ।