
ଧର୍ମଗଡ଼(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ, ଲୋକ ଏହି ଉକ୍ତି ଧର୍ମଗଡ଼ ଏନ ଏ ସି ସହ ସମାନତା ରହୁଥିବା ଆଲୋଚନା କରନ୍ତି। ଆଶା କରାଯାଉଥିଲା ଏନ ଏ ସି ଗଠନ ପରେ ଲୋକଙ୍କ ଦୁଃଖ ଦୂର ହେବ।ଏନ ଏ ସି ଅନ୍ତର୍ଗତ ୱାର୍ଡ ଗୁଡିକ ବିକାଶ ପଥରେ ଆଗେଇବ। ଅନେକ ମୌଳିକ ସୁବିଧା ଲୋକେ ସହଜରେ ପାଇଁ ପାରିବେ। ହେଲେ ଇତି ପରମ୍ପରା ଭିତରେ ଡୁବି ରହିଛି ଏନ ଏ ସି ଅନ୍ତର୍ଭୁକ୍ତ ୱାର୍ଡ। ଏଭଳି ଦୃଶ୍ୟ ଏନ ଏ ସି ଅନ୍ତର୍ଗତ ୱାର୍ଡ ନଂ ୧-ଭୀମଖୋଜ ପଡାରେ ଦେଖିବାକୁ ମିଳିଛି। ରାସ୍ତା ପାର୍ଶ୍ଵରେ ଡ୍ରେନ ନିର୍ମାଣ କାମ ଦୀର୍ଘ ଦିନରୁ ଆରମ୍ଭ ହୋଇଛି। ହେଲେ ଶେଷ ହେବା ନାଁ ଧରୁନି। ଏବେ ବର୍ଷାରେ ବେହାଲ ହୋଇ ପଡିଛି ରାସ୍ତା। ଜମି ରହିଛି ଆଣ୍ଠୁଏ ଆଣି। ଲୋକେ ଏହି ଆଣ୍ଠୁଏ ପାଣି ଦେଇ ଯାତାୟାତ କରୁଥିବା ନେଇ ପଡାରେ ଉତ୍ତେଜନା ଦେଖା ଦେଇଛି।ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପଦକ୍ଷେପ ଶୁନ୍ୟ। ବରଂ ଠିକାଦାରକୁ ଘଣ୍ଟ ଘୋଡେଇବାରେ ଲାଗି ପଡିଥିବା ଅଭିଯୋଗ ହୋଉଛି। ବର୍ଷା ଜଳ ଏବେ ପଡାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟି ଥିବା ବେଳେ ଏନ ଏ ସି କୁ ଆସିଲା କି ଗଲା କିଛି ଚିନ୍ତା ନାହିଁ । ଅନ୍ୟପଟେ ପ୍ରଶାସନ ନୀରବତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସମସ୍ୟା ଦିନ କୁ ଦିନ ବଢୁ ଥିବା ବେଳେ ଲୋକଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧୁଥିବା ଦେଖିବାକୁ ମିଳୁଛି । ତୁରନ୍ତ ଏନ ଏ ସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ରୂପ ନେବ ବୋଲି ପଡା ବାସୀ ପ୍ରକାଶ କରିଛନ୍ତି। ଏନେଇ ଏନ ଏ ସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ