
ଖଣ୍ଡପଡ଼ା(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଏକ ଚାରା ବିତରଣ କେନ୍ଦ୍ର ବୁଧବାର ଉଦଘାଟିତ ହୋଇଯାଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗ ପକ୍ଷରୁ ‘ମା ପାଇଁ ଗଛଟିଏ’ କାର୍ଯ୍ଯକ୍ରମ ଜରିଆରେ ଅଞ୍ଚଳବାସୀଙ୍କୁ ସୁଲଭ ମୂଲ୍ୟରେ ବିଭିନ୍ନ କିସମର ଚାରା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଥିବା ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ଯାଳୟ ସୁତ୍ରରୁ ଜଣାପଡିଛି।ସହକାରୀ ବନ ସଂରକ୍ଷକ ଉଦିତ କୁମାର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ଉକ୍ତ ଚାରା ବିତରଣ କେନ୍ଦ୍ର ଜରିଆରେ ଚଳିତବର୍ଷ ୧ ଲକ୍ଷରୁ ଉର୍ଦ୍ଧ୍ବ ଚାରା ଜନସାଧାରଣଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ