
ଧର୍ମଗଡ(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ନିଜ ସମ୍ପର୍କୀୟ ପୁତୁରା ନରସିଂହ ପ୍ରଧାନଙ୍କ ସହ ଚିକିତ୍ସା ପାଇଁ ଯାଇ ବୃଦ୍ଧା କଲାବତି ପ୍ରଧାନ(୬୨) ଗ୍ରାମ ଅଡାପଦର, ଗ୍ରାମପଞ୍ଚାୟତ ଖଜୁରପଦର, ଥାନା ଦେଭୋଗ, ଛତିଶଗଡ କୁଆଡେ ନିଖୋଜ ହୋଇ ଯାଇଥିଲେ। ଯେତେ ଖୋଜା ଖୋଜି କଲା ପରେ ମଧ୍ୟ ବୃଦ୍ଧାଙ୍କୁ ନ ପାଇ ତାଙ୍କ ସଂପର୍କୀୟ ପୁତୁରା ତଥା ପରିବାର ଚିନ୍ତାରେ ପଡ଼ି ଯାଇଥିଲେ।କେହି ସହୃଦୟ ବ୍ୟକ୍ତି ତାଙ୍କ ବୃଦ୍ଧା ବଡ ମାଁ ଙ୍କୁ ଦେଖିଲେ କିମ୍ବା ସନ୍ଧାନ ପାଇଲେ ମୋ – ୯୨୦୨୭୮୦୭୭୬ ରେ ଯୋଗାଯୋଗ କରିବା ପାଇଁ ବୃଦ୍ଧାଙ୍କ ସମ୍ପର୍କୀୟ ପୁତୁରା ନରସିଂହ ପ୍ରଧାନ ସମସ୍ତଙ୍କୁ ବିନମ୍ର ନିବେଦନ କରିଥିବାର ଖବର କାଗଜରେ ପ୍ରକାଶ ପାଇଥିଲା। ଶେଷରେ ଖବର କାଗଜରୁ ବୃଦ୍ଧାଙ୍କ ନିଖୋଜ ଖବର ଦେଖି ଗୋଲାମୁଣ୍ଡା ଅଞ୍ଚଳରୁ କିଛି ସହୃଦୟ ବ୍ୟକ୍ତି ବୃଦ୍ଧାଙ୍କ ସନ୍ଧାନ ପାଇ ଦିଆ ଯାଇଥିବା ମୋବାଇଲ୍ ନମ୍ବର୍ ରେ ବୃଦ୍ଧାଙ୍କ ପୁତୁରା ନରସିଂହ ପ୍ରଧାନଙ୍କୁ ଯୋଗାଯୋଗ କରିଥିଲେ। ତାପରେ ସଂପର୍କୀୟ ପୁତୁରା ଆଜି ଯାଇ ବୃଦ୍ଧାଙ୍କୁ ଘରକୁ ଆଣିଥିଲେ।ଖବର କାଗଜରେ ପ୍ରକାଶ ପାଇଲା ପରେ ବୃଦ୍ଧାଙ୍କୁ ପାଇ ଥିବାରୁ ବୃଦ୍ଧାଙ୍କ ସଂପର୍କୀୟ ପୁତୁରା ନରସିଂହ ପ୍ରଧାନ ତଥା ତାଙ୍କ ପରିବାର ଖବର କାଗଜ ପ୍ରତିନିଧିକୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି। ପରିବାରବର୍ଗକୁ ମିଳନ କରିବାରେ ଆମ ଖବର ଏକ ମାଧ୍ୟମ ହୋଇପାରି ଥିବାରୁ ଆମେ ସତ୍ୟଯୁଗ ମିଡିଆ ପରିବାର ପକ୍ଷରୁ କୃତଜ୍ଞ ଅଟୁ। ଖବରକୁ ପ୍ରଚାର ପ୍ରସାର କରି ପରିବାରକୁ ସୂଚନା ଦେଇଥିବା ବନ୍ଧୁଙ୍କୁ ଆମ ସତ୍ୟଯୁଗ ମିଡିଆ ପରିବାର ପକ୍ଷରୁ ସାଧୁବାଦ ଜଣାଉଛୁ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ।