
ଥୁଆମୁଳ ରାମପୁର(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ବୁଧବାର ପ୍ରୋବେସନ ଆଇ.ଏ.ଏସ. ଅଧିକାରୀ ଅନିମେଷ ପ୍ରଧାନ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଥୁଆମୁଳ ରାମପୁର ବ୍ଲକରେ ଦିନିକିଆ ଗସ୍ତରେ ଆସି ଶିକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଶ୍ରୀ ପ୍ରଧାନ କିଆପଦର କସ୍ତୁରବା ଗାନ୍ଧୀ ଆବାସୀକ ବିଦ୍ୟାଳୟ, ରାଣୀଡୁମେର ପ୍ରାଥମିକ ବିଦ୍ୟାଳୟ, ଗୋପାଳପୁର ଡାକକୋଟାସ୍ଥିତ ତଫସିଲି ଜାତି ଓ ଜନଜାତି ମଙ୍ଗଳ ବିଭାଗ ଅଧୀନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଥୁଆମୁଳ ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଥୁଆମୁଳ ରାମପୁର ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ପଚାରି ବୁଝିବା ସହ ଶିକ୍ଷକମାନଙ୍କ ସମସ୍ୟା ଓ ତାର ସମାଧାନ ନେଇ ଆଲୋଚନା କରିଥିଲେ। ବିଦ୍ୟାଳୟଗୁଡ଼ିକର ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା ପର୍ଯ୍ୟବେକ୍ଷଣ କରି ଶ୍ରୀ ପ୍ରଧାନ ଏହି ବ୍ୟବସ୍ଥା ପ୍ରତି ଅସନ୍ତୁଷ୍ଟ ଥିବା ଜଣାପଡ଼ିଥିଲା। ପରେ ସେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ହେମସାଗର ମହାନନ୍ଦ, ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ କୁମାର ପଣ୍ଡା ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ ପଣ୍ଡାଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନ ସାଢ଼େ ୫ଟା ବେଳେ ସେ ଭବାନୀପାଟଣା ଫେରିଯାଇଥିଲେ।
ସ୍ଵତନ୍ତ୍ର ଖବର: ରବିନ୍ଦ୍ର ମିଶ୍ର