
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ବ୍ଲକ ପର୍ଲା ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର। ମଙ୍ଗଳବାର ଦିନ ପଞ୍ଚାୟତ ପରିଦର୍ଶନରେ ଆସି ବିଭିନ୍ନ କାଗଜ ପତ୍ର ତଦାରଖ କରିବା ସମେତ ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଥିଲେ। ବିଶେଷ କରି ପଞ୍ଚାୟତ ମାଧ୍ୟମରେ ଜନସାଧାରଣ ପାଉଥିବା ରାସନ ସାମଗ୍ରୀ , ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା ଓ ବାର୍ଦ୍ଧକ୍ୟ ଭତ୍ତା ଉପରେ ଫୋକସ ରଖିଥିଲେ। ଏତତ୍ ବ୍ୟତୀତ ପଞ୍ଚାୟତର ଆୟ ତାର ସମ୍ପତି ଉପରେ ତନଖି ଥିଲେ। ମୋଟାମୋଟି ପଞ୍ଚାୟତରେ ଆଶାନୁରୂପ କାର୍ଯ୍ୟ ପରିଚାଳନା ହେଉଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ।ଏହି ପରିଦର୍ଶନ ବେଳେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ ସମେତ ସହକାରୀ ଯନ୍ତ୍ରୀ କରୁଣାକର ମୁର୍ମୁ , ପର୍ଲା ସରପଞ୍ଚ ବ୍ରିଜଲାଲ ନାଏକ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷେତ୍ର ମୋହନ ବିହାରୀ,ଏଡିଓ ବିଶ୍ୱଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ