
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରିଡା ମନ୍ତ୍ରଣାଲୟ ଅଧିନସ୍ତ ମେରା ୟୁବା ଭାରତ କଳାହାଣ୍ଡି ଓ କାଙ୍କେରୀ ମା ଡୁମେର୍ ମୁଡେନ୍ ଯୁବକ ସଂଘର ମିଳିତ ଆନୁକୁଲ୍ୟରେ କାଙ୍କେରୀ ଠାରେ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେରଙ୍କ ଅଧ୍ୟକ୍ଷତା ରେ ଅତିଥି ଭାବେ ପର୍ଲା ଡାକ୍ତରଖାନାର ବି.ପି.ଏଚ୍.ଓ, ଶ୍ରୀ ଚିତାନନ୍ଦ ପଣ୍ଡା, କାଙ୍କେରୀ ହସ୍ପିଟାଲ ମେଡିକାଲ ଅଫିସର ପ୍ରଦ୍ୟୁତ ରଞ୍ଜନ ସାହୁ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜନ ଯୋଷୀ ଓ ଜିଲ୍ଲା ସଂଯୋଜକ ଓମେନ୍ ହବ୍ ଯୋଗିରାମ ବୁଦ୍ଧିଆ,ଯୁବକ ସଂଘ ପୂର୍ବତନ ସମ୍ପାଦକ ଲଳିତ କୁମାର ବାଗ ପ୍ରମୁଖ ଉପସ୍ଥିତ ରହି ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ଉପରେ ମତ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁବକ ସଂଘର ସଭାପତି ମହେଶ୍ୱର ସୁନାନୀ, ଉପ ସଭାପତି ଛବିଲାଲ ଜଗତ, ସାଂସ୍କୃତିକ ସମ୍ପାଦକ ହିତେଶ ଜଗତ, ଲୋକନାଥ ସୁନାନୀ, ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଧୀର ଜଗତ, ଉପେନ୍ଦ୍ର ଜଗତ, ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ସ୍ୱେଚ୍ଛାସେବୀ ସୁଧୀର ଗୋପାଳ,ଭୀଷ୍ମ କୁମାରୀ ବାଗ,ବନ୍ଧିନୀ ମାଝୀ, ପଙ୍କଜିନୀ ମାଝୀ, ଚୁଲମଣି ମାଝୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ। ଏହି ଅବସରରେ କାଙ୍କେରୀ ସାନ ପାହାଡ ଠାରେ ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।