
ଧର୍ମଗଡ଼(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ସୋମବାର ସକାଳ ୧୧ଟାରେ ୱାର୍ଡ ନମ୍ବର ୧ ଭୀମଖୋଜପଡ଼ାରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ଉପସ୍ଥିତିରେ ଧର୍ମଗଡ଼ ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଷ୍ଟ୍ରିଟ୍ ଲାଇଟ୍ ଓ ଏଲଇଡି ଲାଇଟ୍ର ଲୋକାର୍ପଣ କରାଯାଇଛି। ଏହି ଅବସରରେ ବିଧାୟକ ଶ୍ରୀ ପଟ୍ଟଯୋଶୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଓ ଜନହିତକାରୀ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ସେ ମହିଳାମାନଙ୍କୁ ଉଦ୍ଦେଶ୍ୟ କରି କହିଥିଲେ ଯେ, ମହିଳାମାନେ ବିକାଶ ଧାରାରେ ସକ୍ରିୟ ଭାବେ ସାମିଲ ହେଲେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ସମ୍ଭବ। କାର୍ଯ୍ୟକ୍ରମରେ କାଉନସିଲର ନୀଳାମ୍ବର ଦାସ ସଭାପତିତ୍ୱ କରିଥିବା ବେଳେ ନଗରପାଳ ଅଶୋକ ମହାନ୍ତି ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ମନୀଷା ମିଶ୍ର, ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର, କାଉନସିଲର ଅଞ୍ଜନା ମାଝୀ, ନବୀନ ମହାନନ୍ଦ, ମୁନିରାମ ମାଝୀ, ମମତା ବାଗ, ଫକୀର ରାଉତ, ପ୍ରବୀଣ ପଣ୍ଡା, ଜ୍ୟୋତିମୟୀ ମହାନନ୍ଦ, ରତ୍ନ ପାତ୍ର, ସନ୍ତୋଷୀ ନାୟକ, ସୁଶୀଳା ନାୟକ,ଅପ୍ରେସ ସ୍ବାଇଁ,ସୁରଭ ମିତଲ, ହେମନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ଭୀମଖୋଜପଡ଼ାର ବୁଦ୍ଧିଜୀବୀ, ମହିଳାମାନେ, ଏନଏସି କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍ଥାନୀୟ ଲୋକେ ନିଜ ନିଜ ଅଭିଯୋଗ ଓ ଆପତ୍ତି ବିଧାୟକଙ୍କୁ ଜଣାଇଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ