
ଧର୍ମଗଡ( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଉପସ୍ଥିତିରେ ସୋମବାର ଉଚ୍ଚଳା ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। এହି ଶିବିରରେ ମୋଟ ୧୫୯ଟି ଅଭିଯୋଗ ମଧ୍ୟରୁ ୩୦ଟି ସମସ୍ୟାର ତୁରନ୍ତ ସମାଧାନ କରାଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସୁବିଧା ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଇବା ପ୍ରଶାସନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ବିଡିଓ ତ୍ରିପୁରା ମହାନନ୍ଦ, ସହକାରୀ ଯନ୍ତ୍ରୀ ଚିତ୍ତ ରଞ୍ଜନ ଜେନା, ସାମାଜିକ ସୁରକ୍ଷା ଅଧିକାରୀ ପିତାମ୍ବର ନାଏକ, ବ୍ଲକ ମଙ୍ଗଳ ଅଧିକାରୀ ସୁବ୍ରତ କୁମାର ମିଶ୍ର, ଅତିରିକ୍ତ ମସ୍ୟ ଅଧିକାରିଣୀ ବନ୍ଦନା ରାଣୀ ପଣ୍ଡା, ମହିଳା ପରିଦର୍ଶିକା ଗୀତା ହରିଜନ, ଗ୍ରାମୀଣ ଗୃହ ଯୋଜନାର ବିପିସି ମଧୁ ସାହୁ, ଆରଆଇ ସୋହନ ପାଟଯୋଶୀ, ଯୋଗାଣ ନିରୀକ୍ଷକ ଦିବ୍ୟରାଜ ଭୋଇ, ସରପଞ୍ଚ ପୁର୍ଣିମା ଶବର, ପାନୀୟ ଜଳ ବିଭାଗର ଅତିରିକ୍ତ ଯନ୍ତ୍ରୀ ସୁବାସ ପଣ୍ଡା, କନିଷ୍ଠ ଯନ୍ତ୍ରୀ ରେଂଗୋ ନାଏକ, ଏପିଓ କ୍ଷେତ୍ର ମୋହନ ମାଝୀ, ପିଇଓ ଯୁଧିଷ୍ଠିର ଗହୀର, ଏଡିଇଓ କଳ୍ପ ସୁନାନୀ, ଜନ ଶୁଣାଣି ବିଭାଗର ନନ୍ଦିନୀ ଶବର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଉଚ୍ଚଳା ପଞ୍ଚାୟତର ଅନେକ ଜନସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ