
ଧର୍ମଗଡ(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଏ ନ ସି ଭିମଖୋଜପଡ଼ା ବାବା ପାତାଲେଶ୍ୱରଙ୍କ ଦର୍ଶନ ଓ ପବିତ୍ର ଜଲ ଅଭିଷିକ୍ତ କରିବା ପାଇଁ ପ୍ରବଳ ଭିଡ ଜମିଛି। ଶ୍ରାବଣ ମାସର ପ୍ରଥମ ସୋମବାର ବାବା ପାତେଲେଶ୍ୱରଙ୍କ ଦର୍ଶନ ପାଇଁ ସହ ସହ ମହିଳା ପୁରୁଷ କାଉଡିଆଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ମଧ୍ୟ କିପରି ଭକ୍ତ ମାନେ ବାବାଙ୍କ ଦର୍ଶନ ସୁରୁଖୁରୁରେ କରିପାରିବେ ସେଥି ପାଇଁ ଲମ୍ବା ଧାଡ଼ିର ବ୍ୟବସ୍ଥା କରାଯାଇଥିଲା ଗୋଟିଏ ପଟେ ମହିଳା ଅନ୍ୟ ପଟେ ପୁରୁଷ ଓ କାଉଡ଼ିଆ ଭକ୍ତ,ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ମନ୍ଦିର ତିନିଜଣ ପୂଜକ ମଧ୍ୟରେ ,କୃଷ୍ଣ ଚନ୍ଦ୍ର ଦାସ,ଜନ୍ମଜୟଦାସ, ଅଜିତ ଦାସ,ପୂଜା କରିଥିଲେ ଏହି ଭିମଖୋଜପଡ଼ାର ପତେଲେଶ୍ୱର ବାବାଙ୍କ ମନ୍ଦିର ଦୀର୍ଘ ବର୍ଷ ଧରି ରହି ପୂଜା ହୋଇ ଆସିଥିବାବେଳେ ଏଠି ସମସ୍ତଙ୍କ ମାନସିକ ପୁରଣ ହୋଇଥାଏ ବୋଲି ଲୋକେ ମତ ଦେଇଥାନ୍ତି। ଆଉ ମାନସିକ ଧାରୀ ସେଥି ପାଇଁ। ପାତାଲେଶ୍ୱର ବାବାଙ୍କ ପାଖରେ ଆସି ନିଜ ଅଭିଲାସ ପୂରଣ ପାଇଁ ମାନସିକ ଥାନ୍ତି। ଏହି ପାତାଲେଶ୍ୱର ବାବା ଧର୍ମଗଡ ଅଞ୍ଚଳର ଏକ ଐତିହ୍ୟଶ ଶିବ ମନ୍ଦିର କଥାରେ ଅଛି କୋଉ ଆବାହ କାଳରେ ଭିମଙ୍କ ପାଦ ସ୍ପର୍ଶ ଏଠି ହୋଇଥିଲା ବୋଲି ବିଶ୍ୱାସ କରାଯାଏ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ