
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଧର୍ମଗଡ ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଆଜି ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ୬୦ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ କେନ୍ଦ୍ର ସରକାରଙ୍କ ଦ୍ବାରା ମେଡ଼ିକାଲ ସୁବିଧା, ପେନସନ ଅଭିଯୋଗ ବିଭାଗର ପୁନଃ କାର୍ଯ୍ୟକ୍ଷମ, ସରକାରୀ ଓ ବେସରକାରୀ ବସରେ ରିହାତି ପାସ ବ୍ୟବସ୍ଥା, ଅଷ୍ଟମ ବେତନ କମିଶନ ହିସାବରେ ପେନସନ ପ୍ରଦାନ,ରାଜଧାନୀ ଭୁବନେଶ୍ବରରେ ରାଜ୍ୟ କର୍ମଚାରୀ ଫେଡେରେସନ ଗଠନ କରି ସେଠାରେ ସମସ୍ତ ଅବସର ପ୍ରାପ୍ତ କର୍ମଚାରୀଙ୍କ ରହିବା ସୁବିଧା ସମେତ ୯ଦଫା ଦାବୀ ନେଇ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ଏକ ଶୋଭାଯାତ୍ରରେ ଧର୍ମଗଡ ଉପଜଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସଂଘର ସଭାପତି ସୁନିଲ କୁମାର ପାତ୍ର, ସମ୍ପାଦକ ରଘୁନାଥ ପଣ୍ଡା, ରାଜ୍ୟ ପରିଚାଳନା କମିଟି ସଦସ୍ୟ ବାସୁଦେବ ସାହୁ, ଉପ ସଭାପତି ନିରଞ୍ଜନ ମହାପାତ୍ର,ଲୋକନାଥ ବେହେରା,ଫୁଲେଶ୍ୱର୍ ସେନାପତି, ଲବରାମ ସରାଫ, ଅଜିତ କୁମାର ପଣ୍ଡା ପ୍ରମୁଖ ଉପ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଚୋଡଗଙ୍ଗ ପ୍ରଧାନଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଓ ଓଡିଶା ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ