
ଧର୍ମଗଡ(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ ବ୍ଲକ ସଭାଗୃହରେ ୭ ଦିନ ଧରି ଧର୍ମଗଡ ନିର୍ବାଚନ ମଣ୍ଡଳୀର ଧର୍ମଗଡ, କୋକସରା, କଳମପୁର ଓ ଜୟପାଟଣା ବ୍ଲକର ୪ ଟି ପଞ୍ଚାୟତର ବୁଥ ସ୍ତରୀୟ ଅଧିକାରୀଙ୍କୁ ନେଇ ଆମ ଦେଶରେ ନାଗରିକ ହେବାର ସମ୍ବିଧାନରେ ଥିବା ଧାରା,ଭୋଟର ତାଲିକାରେ ନୂତନ ନାମ ପଞ୍ଜିକରଣ,ଓ ବାଦ ଦିଆଯିବାର ନିୟମ ନିର୍ବାଚନ ସମ୍ବନ୍ଧୀୟ ଅନୁଷ୍ଠିତ ଜାତୀୟ ପ୍ରଶିକ୍ଷଣ ଶିବିରରେ ଆଗକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଥମ ଦିବସରେ ଭାରପ୍ରାପ୍ତ ଧର୍ମଗଡ ସହକାରୀ ଜିଲ୍ଲାପାଳ ଅଜିତ କୁମାର ଶବର ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିବା ବେଳେ ଦ୍ଵିତୀୟ ଦିବସରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗ ଦେଇ ଏକ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତ କରିବା ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ ବୋଲି ପ୍ରକାଶ କରି ସମ୍ବିଧାନରେ ଥିବା ବିଭିନ୍ନ ଧାରା,ନିର୍ବାଚନ ସମ୍ବନ୍ଧୀୟ ପ୍ରଶିକ୍ଷଣର ଉଦ୍ଦେଶ୍ୟ ବୁଝିବାକୁ ପରାମର୍ଶ ଦେଇଥିଲେ। ୭ ଦିନ ଧରି ଚାଲିଥିବା ଶିବିରରେ ଭାରତରେ ନାଗରିକତା ଗ୍ରହଣ ସମ୍ବନ୍ଧୀୟ ସମ୍ବିଧାନରେ ଉଲ୍ଲେଖିତ ବିଭିନ୍ନ ଧାରା,ଭାରତୀୟ ନିର୍ବାଚନ ନିୟମ ଅନୁସାରେ ନୂତନ ଭୋଟରଙ୍କ ନାମ ଯୋଡିବା,ତାଲିକାରୁ ନାମ ବାଦଦେବା,ସ୍ଥାନାନ୍ତରିତ, ସଂଶୋଧନ, ବିଏଲଓ ଙ୍କ ଆଇନଗତ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ବିଏଲଓ ଆପ ଓ ଭୋଟର ହେଲ୍ପ ଲାଇନ ମାଧ୍ୟମରେ ଫର୍ମ ୬, ୭, ୮ ର ବ୍ୟବହାର କରି ଭୋଟର ତାଲିକାରେ ନାମ ଯୋଗ, ବାଦ, ସଂଶୋଧନ, ସ୍ଥାନାନ୍ତର ବିଧି ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷକ ଭାବରେ ଚିଲିଚିଲା ବିଏଲଓ ଟିକେଶ୍ୱର ନାଏକ, ବିଏଲଓ ସୁପରଭାଇଜର ନରେନ୍ଦ୍ର ଜଗତ, ସୂର୍ଯ୍ୟନାରାୟଣ ଯୋଶୀ, ଦେବକିଶନ ନାଏକ, ବେଣୁଧର ନାଏକ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଳେ। ଉଦଯାପନୀ ସଭାରେ ଧର୍ମଗଡ ସହକାରୀ ଜିଲ୍ଲାପାଳ ଅଜିତ କୁମାର ଶବର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମସ୍ତଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ