
ଖଣ୍ଡପଡ଼ା(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ ଅଧିନ କୁମ୍ଭାରପଡ଼ା ପଞ୍ଚାୟତ ବାସୀଙ୍କୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ନିକଟସ୍ଥ କୁଆଁରିଆ ନଦୀରୁ ପାଇପ ଲାଇନ୍ ଯୋଗେ ଜଳ ଯୋଗାଇ ଦିଆ ଯାଇଛି । ତେବେ ଉକ୍ତ ଜଳକୁ ବିନା ବିଶୋଧନରେ ଅଞ୍ଚାଲବସୀଙ୍କୁ ଯୋଗ ଯାଉଥିବା ଅଭିଯୋଗ ହେଉଛି । ସଂପ୍ରତି ବର୍ଷାଋତୁ ସମୟରେ ଯୋଗାଇ ଦିଆଯାଉଥିବା ପାଣିରେ ବ୍ଲିଚିଂ ପାଉଡର ମିଶ୍ରଣ କରା ନଯାଉଥିବା ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ଏବେ ପାଇପ ଲାଇନରେ ଯୋଗାଇ ଦିଆଯାଉଥିବା ପାଣିରେ ପୋକ ସାଲୁ ବାଲୁ ହେଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ଏହି ପାଣି ବ୍ୟବହାର କରି ବିଭିନ୍ନ ରୋଗ ହେବାର ଆଶଙ୍କା ଥିବାରୁ ଲୋକେ ଭୟଭୀତ ଅଛନ୍ତି । ଅନେକ ଦିନ ହେବ ପାଣିଟାଙ୍କି ସଫାହେଉ ନଥିବା ଏବଂ ଟାଙ୍କିରେ ବ୍ଲିଚିଙ୍ଗ ପକାଯାଉନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ବୁଦ୍ଧିଜୀବୀ ମାନେ ମତଦେଇଛନ୍ତି । ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାପାଇଁ ଗ୍ରାମବାସୀ ଦାବିକରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଚିନ୍ମୟ କୁମାର ପଣ୍ଡାଙ୍କ ସହ ଯୋଗାଯୋଗ କରିବାରେ ଏ ସମ୍ପର୍କରେ ସେ ଜାଣି ନଥିବା ସୂଚନା ଦେଇଥିଲେ ।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ