
ଖଣ୍ଡପଡ଼ା( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ାରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଆନ୍ଦୋଳନ ଡାକରା ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ ନେତ୍ରୀ ବିନୋଦିନୀ ମହାନ୍ତି ଓ ବୈଜୟନ୍ତୀମାଳା ମହାନ୍ତିଙ୍କ ନେତୃତ୍ବରେ ଦଳୀୟ କର୍ମୀ ,କର୍ମକର୍ତ୍ତାମାନେ ହାତରେ ପ୍ଲାକାର୍ଡ ଧରି ସହର ପରିକ୍ରମା କରିବା ସହ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ଯାଳୟ ଓ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରିଥିଲେ ।ଖଣ୍ଡପଡ଼ା ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ କଂଗ୍ରେସ ନେତ୍ରୀ ଓ ନେତାମାନେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ସମଗ୍ର ରାଜ୍ଯରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲେ।ନ୍ୟାୟ ପାଇବା ପାଇଁ ସଂଗ୍ରାମ କରି ଜୀବନ ଯୁଦ୍ଧରେ ହାରି ଯାଇଥିବା ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ଯୁ ପାଇଁ ଦାୟୀ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନ ଅନୁଯାଯୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ରାଜ୍ଯ ସରକାର ଦୃଷ୍ଟି ଦେବାକୁ ଦଳୀୟ ନେତାମାନେ ଦାବି କରିଥିଲେ। କଂଗ୍ରେସ ସଂଗଠକ ଦେବାଶିଷ ପରମଗୁରୁ ,ଖଣ୍ଡପଡ଼ା ନଗର କଂଗ୍ରେସ ସଭାପତି ସନ୍ତୋଷ କୁମାର ସାହୁଙ୍କ ସମେତ ଦଳୀୟ କର୍ମୀ ଓ ମହିଳାମାନେ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ