
ଧର୍ମଗଡ(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କୋକସରା: ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା ଅନ୍ତର୍ଗତ କୁସୁମଖୁଣ୍ଟି-ମୋଟେର ରାସ୍ତାରେ ଗୁରୁବାର ଏକ କାର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ୍ ଚାଲକ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି। ଆହତ ବ୍ୟକ୍ତି ନର୍ଲା ବ୍ଲକର କେର୍ବାଣ୍ଡି ଗ୍ରାମର ଭାରତ ଭୁଷଣ ନାଏକ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର ହାଇସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଭାରତ ଭୁଷଣ ବାଇକ୍ରେ ନିଜ ଗାଁ କେର୍ବାଣ୍ଡିକୁ ଫେରୁଥିବା ବେଳେ କୁସୁମଖୁଣ୍ଟି-ମୋଟେର ରାସ୍ତାର ରାଇସ୍ ମିଲ୍ ନିକଟରେ ମୋଟେର ଆଡୁ ଦ୍ରୁତଗତିରେ ଆସୁଥିବା ଏକ କାର (ନମ୍ବର: ଓଡି-୦୮-କେ ୭୩୧୩) ତାଙ୍କ ବାଇକ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଭାରତ ଭୁଷଣ ଛିଟିକି ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇଥିବା କାର ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ପଡ଼ିଥିବା ଭାରତ ଭୁଷଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। କୋକସରା ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ