
ଖଣ୍ଡପଡା(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ବ୍ଲକ୍ ଅନ୍ତର୍ଗତ କୁମ୍ଭାରପଡା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ନିର୍ଭର କରିଥାନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ପରିବାରକୁ ଆୟୁଷ୍ମାନ୍ ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟସେବା ମାଗଣାରେ ଯୋଗାଇବା ଦେଉଥିଲେ ହେଁ କୁମ୍ଭାରପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳୁନି ଉଚ୍ଚରକ୍ତଚାପ ଔଷଧ ଏବଂ ବ୍ଲିଚିଙ୍ଗ ପାଉଡର । ତେଣୁ ସ୍ଥାନୀୟ ଅଞ୍ଚଳର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କୋସ୍କା ପଞ୍ଚାୟତ , ବଳଭଦ୍ରପ୍ରସାଦ ପଞ୍ଚାୟତ, ଏବଂ କୁମ୍ଭାରପଡା ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି। କୁମ୍ଭାରପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ ୧୫ଦିନ ହେବ ଆବଶ୍ୟକ ଔଷଧ ମିଳୁନଥିବାରୁ ଲୋକେ ସ୍ୱାସ୍ଥ୍ୟକେନ୍ଦ୍ରରୁ ଫେରି ବାଧ୍ୟହୋଇ ବାହାରୁ କିଣି ଖର୍ଚ୍ଚାନ୍ତ ହେଉଛନ୍ତି। ଫଳରେ ଗରିବ ଲୋକ ନୂତନ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏବେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ସପ୍ତାହ ହେଲା ଉଚ୍ଚ ରକ୍ତ ଚାପ ଔଷଧ ମିଳୁଥିବାରୁ ଜନସାଧାରଣ ଆଶ୍ବସ୍ତି ଲାଭ କରିଛନ୍ତି । ଏବେ ବର୍ଷାଦିନ ହୋଇଥିବାରୁ ଗାଁ ଗହଳିରେ ପାଣିଜମି ରହୁଛି। ଫଳରେ ମେଲେରିଆ ଓ ଡେଙ୍ଗୁଭଳି ମାରାତ୍ମକ ରୋଗ ବ୍ୟାପୁଥିବାରୁ ବ୍ଲିଚିଙ୍ଗ ପକାଇବା ପାଇଁ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ଲିଚିଙ୍ଗ ନାହିଁ । ତେବେ ଏ ବାବଦରେ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଙ୍କୁ ପଚାରିବାରେ ସେ କହିଛନ୍ତି ଏବେ ଷ୍ଟକ ନାହିଁ। ଆସିଲେ ଦିଆଯିବ। ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଗରିବ ଜନସାଧାରଣଙ୍କୁ ଆବଶ୍ୟକୀୟ ଔଷଧ ଓ ବ୍ଲିଚିଙ୍ଗ ପାଉଡର ଯୋଗାଇ ଦେବାପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ