
ଥୁଆମୁଳ ରାମପୁର(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): “ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ” ଆଇନଗତ ଅଧିକାରକୁ ଆଧାର କରି ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଅନୁସାରେ ୬ ରୁ ୧୪ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବାର ଅଧିକାର ରହିଛି। ଏହି ଅଧିନିୟମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଶୁକ୍ରବାର ଦିନ ଥୁଆମୁଳ ରାମପୁର ତାଲୁକା ଆଇନ ସେବା ସମିତି ପକ୍ଷରୁ ଥୁଆମୁଳ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଥୁଆମୁଳ ରାମପୁର ଜେ.ଏମ.ଏଫ.ସି ବିଚାରପତି ମାନ୍ୟବର ତାରିଣୀ ପ୍ରସାଦ ସାହୁ ଯୋଗ ଦେଇଥିବା ବେଳେ ସମଗ୍ର ଶିକ୍ଷା ଅଭିଯାନର ଗୋଷ୍ଠୀ ସଂଯୋଜକ ହେମନ୍ତ କୁମାର ପଣ୍ଡା, ଏ.ପି.ପି ଦେବଦତ୍ତ ଯୋଷୀ, ମାଁ ମାଣିକେଶ୍ଵରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଚ୍ଛିନ୍ନା, ଆଇନଜୀବୀ ଦିଲୀପ କୁମାର ନାଏକ, ନବ କିଶୋର ବେହେରା, ତାଲୁକା ଆଇନ ସେବା ସମିତିର ସଭ୍ୟା ସରୋଜିନୀ ମାଝୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃତିବାସ ନାଏକ ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମଟି ହରିନାରାୟଣ ବାଗଙ୍କ ଦ୍ଵାରା ପରିଚାଳିତ ହୋଇଥିବା ବେଳେ କାଶିନାଥ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିରରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
ସ୍ବତନ୍ତ୍ର ଖବର – ରବିନ୍ଦ୍ର ମିଶ୍ର