
ଖଣ୍ଡପଡ଼ା(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଦୀର୍ଘ ବର୍ଷର ଅପେକ୍ଷା ପରେ ଖଣ୍ଡପଡ଼ା ବ୍ଲକ ଅଧୀନସ୍ଥ କୁମ୍ଭାରପଡ଼ା ଗ୍ରାମର ତ୍ରିନାଥ ଛକରେ ୬୩ କେଭି କ୍ଷମତା ସମ୍ପନ୍ନ ଏକ ଉଚ୍ଚ ଶକ୍ତି ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି। ଏହି ନୂତନ ଟ୍ରାନ୍ସଫର୍ମର ସ୍ଥାପନ ପରେ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖାଦେଇଛି। ଏହା ଦ୍ୱାରା ଦୀର୍ଘ ଦିନରେ ଚାଲିଆସୁଥିବା ଲୋ-ଭୋଲଟେଜ ସମସ୍ୟାରୁ ମୁକ୍ତି ମିଳିଥିବା ଜଣାପଡ଼ିଛି। ଗ୍ରାମବାସୀ ବାରମ୍ବାର ବିଦ୍ୟୁତ ବିତରକ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଏହି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଆସୁଥିଲେ। ପୂର୍ବରୁ ଏହି ସ୍ଥାନରେ ମାତ୍ର ୨୫ କେଭି କ୍ଷମତା ସମ୍ପନ୍ନ ଏକ ଟ୍ରାନ୍ସଫର୍ମର ସ୍ଥାପିତ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ନୂତନ ଟ୍ରାନ୍ସଫର୍ମର ସ୍ଥାପନ ସହିତ ଏବେ ଅଞ୍ଚଳବାସୀ ନିରବଚ୍ଛିନ୍ନ ବିଦ୍ୟୁତ ସେବାରୁ ଉପକୃତ ହେବେ ବୋଲି ଆଶା କରାଯାଉଛି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ