
ଧର୍ମଗଡ଼ ( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଶୁକ୍ରବାର ଅପରାହ୍ନ ସମୟରେ ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ନିକଟରେ ଏକ ସରକାରୀ ଯାତ୍ରୀବାହି ବସ ଏକ ବାଇକକୁ ସମ୍ନାପଟରୁ ଧକ୍କା ଦେବାରୁ ଗୁରୁତର ଆହାତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବରଗଡରୁ ଗୋଲାମୁଣ୍ଡା ଅଭିମୁଖେ ଯାଉଥିବା ସରକାରୀ ବସ (ଓଡି୦୨ବିସି୬୧୫୪) ଉଦେଶୃଙ୍ଗ ନିକଟରେ ସାମ୍ନା ପଟରୁ ଆସୁଥିବା ଏକ ବାଇକ (ଓଡି୦୮ଜେଡ୫୭୩୪)କୁ ଧକ୍କା ଦେଇ କିଛି ମିଟର ଘୋଷାଡି ନେଇ ରାସ୍ତାକଡର ଏକ ଗଛରେ ପିଟି ଦେଇଥିଲା । ଗଛରେ ପିଟିଦେବାରୁ ବସଟି ସୌଭାଗ୍ୟବସତ ଓଲଟି ପଡିବାରୁ ବର୍ତ୍ତି ଯାଇଥିଲା । କିନ୍ତୁ ବାଇକ ଚାଳକ ବାଇକ ସହିତ ବସର ସମ୍ମୁଖ ଭାଗରେ ତଳେ ଘୋଷାଡି ହୋଇ ଅଳ୍ପକେ ବର୍ତ୍ତି ଯାଇଥିଲେ । ବାଇକ ଚାଳକ ହେଉଛନ୍ତି ଉଦେଶୃଙ୍ଗ ଗ୍ରାମର ଶଶି ଜାଲ(୩୫) । ସ୍ଥାନୀୟ ଲୋକେ ତାଙ୍କୁ ଗାଡି ତଳୁ ଉଦ୍ଧାର କରି ଗୋଲାମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟକୁ ପଠାଇଥିଲେ । ବସ ମଧ୍ୟରେ ଥିବା ୧୫ ରୁ ଉର୍ଦ୍ଧ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡିଛି । ଖବରପାଇ ଗୋଲାମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଛରେ ଧକ୍କା ଦେଇ ଥିବା ବସକୁ ବାହାର କରି ଉଭୟ ବସ ଓ ବାଇକକୁ ଜବତ କରି ଥାନାକୁ ନେଇଥିବା ଜଣାପଡିଛି ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ