
ଖଣ୍ଡପଡ଼ା( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ସହରର ତ୍ରିନାଥ ଛକରେ ଅବସ୍ଥିତ ପୁରାତନ ଯାତ୍ରୀ ବିଶ୍ରାମାଗାରଟିକୁ ଭଙ୍ଗାଯାଇ ନୂତନ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାର୍ଯ୍ଯ ଗତ ୩ମାସ ତଳେ ଆରମ୍ଭ ହୋଇଥିଲେ ହେଁ ଅଦ୍ୟାବିଧି ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାର୍ଯ୍ଯ ଭୂମିରୁ ଉଠି ପାରୁନଥିବା ଜଣାପଡିଛି। ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାର୍ଯ୍ଯ ଦାୟୀତ୍ବରେ ଥିବା ଠିକାଦାରଙ୍କ ମନମାନୀ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦୈନିକ ଉକ୍ତ ସ୍ଥାନରୁ ଯାତ୍ରୀବାହୀ ବସ ଯୋଗେ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏବେ ଖରା, ବର୍ଷା,ଶୀତ କାକରରେ ଜନସାଧାରଣ ମୁଖ୍ଯ ରାସ୍ତା ପାର୍ଶ୍ବରେ ଛିଡା ହୋଇ ଯାତ୍ରୀବାହୀ ବସ ଯୋଗେ ଯାତାୟାତ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ରାସ୍ତା ପାର୍ଶ୍ବ ପାଲଟିଛି ଯାତ୍ରୀ ବିଶ୍ରାମାଗାର ବୋଲି ଖଣ୍ଡପଡ଼ା ସହରରେ ଚର୍ଚ୍ଚା ହେଉଛି। ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ନିର୍ମାଣଧୀନ ଏହି ଯାତ୍ରୀ ବିଶ୍ରାମାଗାରଟିର ନିର୍ମାଣ କାର୍ଯ୍ଯ କେବେ ଶେଷ ହେବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ଉକ୍ତ କାର୍ଯ୍ଯ ତଦାରଖ ଦାୟୀତ୍ବରେ ଥିବା ବରିଷ୍ଠ ଯନ୍ତ୍ରୀ ,ଏନଏସି କାର୍ଯ୍ଯନିର୍ବାହୀ ଅଧିକାରୀ ଓ ଏନଏସି ଅଧ୍ୟକ୍ଷା ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
1 thought on “ଯାତ୍ରୀ ବିଶ୍ରାମାଗାର ନିର୍ମାଣରେ ବିଳମ୍ବ ନେଇ ଜନଅସନ୍ତୋଷ”
Comments are closed.