
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକର କୁମ୍ଭାରପଡ଼ା ଲଡ଼ୁକେଶ୍ୱର ଦେବ ମନ୍ଦିରଠାରୁ ସିମୁଳିବାଙ୍କ ପର୍ଯ୍ୟନ୍ତ ରାସ୍ତାରେ ଉଜ୍ୱଳ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ପଞ୍ଚାୟତବାସୀଙ୍କ ବାରମ୍ବାର ଅଭିଯୋଗ ଓ ଦାବୀକୁ ଗୁରୁତ୍ୱ ଦେଇ ପଞ୍ଚାୟତ କର୍ତ୍ତୃପକ୍ଷ ଏକ ସପ୍ତାହ ଭିତରେ ଏହି କାର୍ଯ୍ୟ ସମ୍ପନ୍ନ କରି କଥାରେ କାମ ଦେଖାଇଛନ୍ତି। ରାତ୍ରିକାଳୀନ ଯାତାୟାତରେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଆଲୋକୀକରଣ କାର୍ଯ୍ୟ ଶେଷ ହେବା ପରେ ପଞ୍ଚାୟତବାସୀ ଆନନ୍ଦ ପ୍ରକାଶ କରିଛନ୍ତି ଏବଂ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ