
ଖଣ୍ଡପଡ଼ା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ସହରର ୩ ନଂ ୱାର୍ଡ଼ କାଦୁଆସାହିର ମୁଖ୍ଯ ରାସ୍ତା ମଝିରେ ଆର୍ବଜନା ପାଣି ଜମାହୋଇ ରହୁଥିବାରୁ ସ୍ଥାନୀୟ ବାସିନ୍ଦା ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସାମାନ୍ୟ ର୍ବଷା ହେଲେ ଆର୍ବଜନା ପାଣି ରାସ୍ତା ପାର୍ଶ୍ବସ୍ଥିତ ବାସଗୃହ ଗୁଡ଼ିକରେ ପ୍ରବେଶ କରୁଥିବା ଜଣାପଡିଛି।ଏ ସଂର୍ପକରେ ସ୍ଥାନୀୟ ବାସିନ୍ଦା ଏନ୍ଏସି କର୍ତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଥିବା ଜଣାପଡିଛି।ଏନ୍ଏସି କର୍ତ୍ତୃପକ୍ଷ ପକ୍ଷରୁ ୩ ନଂ ୱାର୍ଡ଼ ରାସ୍ତାର ଉନ୍ନତିକରଣ ନିମନ୍ତେ ଅନୁଦାନ ଅର୍ଥ ମଞ୍ଜୁର ପରେ ରାସ୍ତାର କିଛି ଅଂଶ ଠିକାଦାରଙ୍କ ଦ୍ବାରା ସିମେଣ୍ଟ କଂକ୍ରିଟକରଣ କରାଯାଇଛି। ମାତ୍ର ରାସ୍ତାର ବଳକା ଅଂଶ ଏବେ ବି ଖାଲଖମାରେ ଭର୍ତ୍ତି ହୋଇ ରହିଥିବା ଜଣାପଡିଛି।ଉକ୍ତ ରାସ୍ତାର ଖାଲଖମା ସ୍ଥାନରେ ର୍ବଷା ପାଣି ଓ ଆର୍ବଜନା ପାଣି ଜମିରହି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବା ଜଣାପଡିଛି। ଏଥିପ୍ରତି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷା ଦୃଷ୍ଟି ଦେବାକୁ କାଦୁଆସାହି ବାସିନ୍ଦା ଦାବି କରିଛନ୍ତି ।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ