
ଧର୍ମଗଡ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ):ଆଜି ଧର୍ମଗଡ ବ୍ଲକର ଦଣ୍ଡପାଟ ଅଞ୍ଚଳ ଅନ୍ତର୍ଗତ ବେହେରା ଗ୍ରାମରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ବିୟୋଗ ଘଟିବା ଦ୍ୱାରା ଗଭୀର ଶୋକର ଛାୟା ଖେଳିଯାଇଛି। ସେ ହେଲେ ଶ୍ରଦ୍ଧେୟ ନିତ୍ୟାନନ୍ଦ ନାଏକ, ୯୨ ବର୍ଷ ବୟସରେ ନିଜ ବାସଭବନରେ ସଂସାର ଛାଡ଼ିଦେଇଛନ୍ତି। ଶ୍ରୀ ନାଏକ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ବେହେରାର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ପିତା ଥିଲେ। ସେ ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଓ ବେହେରା ସମବାୟ ସମିତିର ଦୀର୍ଘଦିନିଆ ସମ୍ପାଦକ ଭାବରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଜଣେ ମିଷ୍ଟ ଭାଷୀ, ପରୋପକାରୀ, ମାନବ ପ୍ରେମୀ ଓ ଜାତିପ୍ରେମୀ ବ୍ୟକ୍ତି ଭାବରେ ଅଞ୍ଚଳରେ ଗଭୀର ଆଦର ଓ ସମ୍ମାନ ଅର୍ଜନ କରିଥିଲେ। ଆଜି ତାଙ୍କ ଶେଷ କୃତ୍ୟ ଗ୍ରାମ୍ୟ ଶ୍ମଶାନରେ ପରିବାର ବର୍ଗ ଓ ଆତ୍ମୀୟ ପରିଜନଙ୍କ ଉପସ୍ଥିତିରେ ସମ୍ପନ୍ନ କରାଯାଇଛି। ତାଙ୍କ ବିୟୋଗରେ ଅଞ୍ଚଳରେ ଗଭୀର ଶୋକ ପ୍ରବାହିତ ହୋଇଛି। ସମସ୍ତେ ତାଙ୍କୁ ଶ୍ରଦ୍ଧାର୍ଘ୍ୟ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ