
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଭାପତିତ୍ୱ କରିଥିଲେ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ। ବୈଠକରେ ଧର୍ମଗଡ ଉପଜିଲ୍ଲାପାଳ ଅଜୟ ତିର୍କୀ, ଉପଖଣ୍ଡ ଚିକିତ୍ସାଧିକାରୀ ଡା. ସଦାନନ୍ଦ ପାଣିଗ୍ରାହୀ, ସମିତି ସଦସ୍ୟ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଇଙ୍ଗିତ କୁମାର ପଣ୍ଡା, ବିଡିଓ ସଦାଶିବ ନାୟକ, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଉପଖଣ୍ଡ ଚିକିତ୍ସାଧିକାରୀ ଡା. ପାଣିଗ୍ରାହୀ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ଓ ଅସୁବିଧା ସମ୍ପର୍କରେ ସମିତିକୁ ଅବଗତ କରାଇଥିଲେ। ବୈଠକରେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ, ଚିକିତ୍ସାଳୟର ବାଉଣ୍ଡରୀ ୱାଲ, ଡ୍ରେନେଜ ବ୍ୟବସ୍ଥା, ଶବ ବାହକ ଗାଡ଼ି ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ବିଧାୟକ ଶୀଘ୍ର ଏକ ଶବ ବାହକ ଗାଡ଼ି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସମିତି ସଦସ୍ୟ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଡାକ୍ତରମାନଙ୍କ କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସାଳୟରେ ଚିକିତ୍ସା କରିବା ବଦଳରେ ନିଜ ସମ୍ପୃକ୍ତ କ୍ଲିନିକକୁ ପଠାଉଛନ୍ତି। ଏହା ସହ ବିଶେଷଜ୍ଞ ଡାକ୍ତରମାନେ ଓପିଡି ସମୟରେ ନିଜ ଚାମ୍ବରରେ ଉପସ୍ଥିତ ନଥାଇ ରୋଗୀଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଥିଲେ। ସେ ସକାଳ ଓପିଡି ସମୟରେ ବିଶେଷଜ୍ଞ ଡାକ୍ତରମାନେ ଚାମ୍ବରରେ ଉପସ୍ଥିତ ରହିବା ନିଶ୍ଚିତ କରିବାକୁ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ଅନୁରୋଧ କରିଥିଲେ। ହସ୍ପିଟାଲ ମ୍ୟାନେଜର ସୋମେଶ୍ୱର ନାୟକ ଉକ୍ତ ବୈଠକକୁ ପରିଚାଳନା କରିଥିଲି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ