
ଧର୍ମଗଡ(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବଡ଼ଚେରଗାଁ ଆରଡ଼ି ମୁଖ୍ୟ ରାସ୍ତାରୁ ନଦୀବ୍ରିଜକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡ଼ିଛି। ଏହି ରାସ୍ତାରେ ଅନେକ ଖାଲଡିପ ହୋଇଛି। ଏଣୁ ଅନେକ ଜାଗାରେ ପାଣି ଜମା ରହି ମରଣଯନ୍ତା ପାଲଟିଛି। ଏହି ରାସ୍ତା ଦେଇ ଦୈନିକ ସହ ସହ ଛାତ୍ରଛାତ୍ରୀ ବଡ଼ ଚେରଗାଁ ଉଚ୍ଚ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉଥିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ସେହିଭଳି ଏହି ରାସ୍ତା ଦେଇ ଜିଲ୍ଲା ସଦର ମହକୁମା ଭବାନୀପାଟଣାକୁ ଦୈନନ୍ଦିନ ହଜାର ହଜାର ଲୋକେ ଯାତାୟାତ କରିଥାନ୍ତି । ଲୋକେ ଅନେକ ଥର ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁମୁଖରୁ ଅଳ୍ପକେ ବାର୍ତ୍ତିଯାଇଥିବା କଥା ଅଞ୍ଚଳର ଲୋକେ ପ୍ରକାଶ କରଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ମରଣ ଯନ୍ତା ପାଲଟିଛି ବଡ଼ ଚେରଗାଁ – ବ୍ରିଜ ରାସ୍ତା”
Comments are closed.