
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ପଞ୍ଚାୟତର ଦୁର୍ଗମ ବଣପାହାଡ଼ ଘେରା କୁଟ୍ରୁ ଗ୍ରାମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଘଟିଥିବା ଅଭିଯୋଗ ଆମପାଣି ଥାନାରେ ଦାୟର ହୋଇଥିଲା। ପୋଲିସ ଅଭିଯୁକ୍ତ ଯୁବକ ନକୁଳ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ଗୁରୁତ୍ୱ ଦେଇ ଧର୍ମଗଡ଼ ବିଧାୟକଙ୍କ ନିର୍ଦେଶକ୍ରମେ ମଙ୍ଗଳବାର ଏକ ଭାଜପା ପ୍ରତିନିଧି ଦଳ, କୋକସରା ବ୍ଲକ ବିଧାୟକ ପ୍ରତିନିଧି ତ୍ରିନାଥ ଶବରଙ୍କ ନେତୃତ୍ୱରେ, କୁଟ୍ରୁ ଗ୍ରାମରେ ପହଞ୍ଚି ପୀଡ଼ିତାଙ୍କ ପରିବାରକୁ ସାକ୍ଷାତ କରିଥିଲେ। ଦଳ ପୀଡ଼ିତାଙ୍କ ପରିବାର ପ୍ରତି ସହାନୁଭୂତି ପ୍ରକାଶ କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏବଂ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାଇଥିଲେ। ସେମାନେ ଆଗାମୀ ଦିନରେ ମଧ୍ୟ କଡ଼ା ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିନିଧି ଦଳରେ ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ଆମପାଣି ମଣ୍ଡଳ ସମ୍ପାଦକ ତୁଲାରାମ ନାଏକ, ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ବିଜେପି ଯୁବନେତା ଚକ୍ରଧର ବେଶ୍ରା ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପରିବାରକୁ ସମବେଦନା ଓ ସାହସ ପ୍ରଦାନ କରିଥିଲେ। ପରେ ପ୍ରତିନିଧି ଦଳ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ହିମାଞ୍ଚଳ ମାଝୀଙ୍କୁ ସାକ୍ଷାତ କରି ପୀଡ଼ିତାଙ୍କ ପରିବାରକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ବିଡ଼ିଓ ମଧ୍ୟ ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇ ସରକାରୀ ସ୍ତରରେ ସମସ୍ତ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ନାବାଳିକା ପୀଡ଼ିତାଙ୍କ ପରିବାରକୁ ଭେଟିଲେ ଭାଜପା ପ୍ରତିନିଧି ଦଳ ।”
Comments are closed.