
ଖଣ୍ଡପଡ଼ା(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ସହରସ୍ଥିତ ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର କ୍ୟାମ୍ପସ-୨ର ମୁଖ୍ୟ ଫାଟକ ସମ୍ମୁଖରେ ଥିବା ନଳକୂପଟି ଦୀର୍ଘ ଦିନ ଧରି ଅଚଳ ଅବସ୍ଥାରେ ପଡ଼ି ରହିଛି। ଏହାର ମରାମତି ପାଇଁ ଖଣ୍ଡପଡ଼ା ଜନସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବାରୁ ନଳକୂପଟି ମାଟିରେ ମିଶିଯିବାର ଆଶଙ୍କା ଦେଖାଦେଇଛି। ଏକଦା ଏହି ନଳକୂପ ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳର ଏକ ନିର୍ଭରଯୋଗ୍ୟ ଉତ୍ସ ଥିଲା। କିନ୍ତୁ ବର୍ତ୍ତମାନ ଏହା ଅକାମୀ ହୋଇ ପଡ଼ିଥିବାରୁ ଛାତ୍ରଛାତ୍ରୀମାନେ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ସମାଧାନ ପାଇଁ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେଇ ନଳକୂପଟିକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣ ଲୋକେ ଦାବି କରୁଛନ୍ତି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଖଣ୍ଡପଡ଼ାରେ ଅଚଳ ନଳକୂପ: ମରାମତି ଦାବି”
Comments are closed.