
ଧର୍ମଗଡ଼(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ସହରର ମୁଖ୍ୟ ରାସ୍ତାରେ ବୁଲା ଗାଈଗୋରୁଙ୍କ ଅବାଧ ଯାତାୟାତ ଯୋଗୁଁ ଅତୀତରେ ଅନେକ ନିରୀହ ଜୀବନ ହାନୀ ଘଟିଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଏହାକୁ ଗୁରୁତ୍ୱ ଦେଇ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ ଏ ସି) କଡ଼ା ପଦକ୍ଷେପ ଗ୍ରହଣ କରିଛି। ପ୍ରଥମ ଦିନରେ ୨୮ଟି ବୁଲା ଗାଈଗୋରୁଙ୍କୁ ନିଜ ଅଧିକାରରେ ଆଣି ବିଜୁ କଲ୍ୟାଣ ମଣ୍ଡପଠାରେ ଅଟକ ରଖାଯାଇଛି। ଏନ୍ ଏ ସି ନିଜସ୍ୱ ପାଣ୍ଠିରୁ ଏହି ପଶୁମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିଛି। ନିର୍ବାହୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଟକ ରଖିବାର ତିନି ଦିନ ମଧ୍ୟରେ ଯଦି ସଂପୃକ୍ତ ପଶୁର ମାଲିକ ଦାବି କରି ଜୋରିମାନା ପୈଠ କରନ୍ତି ଏବଂ ଲିଖିତ ଚୁକ୍ତିନାମା ସ୍ୱାକ୍ଷର ନ କରନ୍ତି, ତେବେ ଏହି ଗାଈଗୋରୁମାନଙ୍କୁ ଲାଳନପାଳନ ପାଇଁ ବଲାଙ୍ଗୀର ଗୋଶାଳାକୁ ପଠାଯିବ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଧର୍ମଗଡ଼ରେ ବୁଲା ଗାଈଗୋରୁ ଅଟକ ଅଭିଯାନ: ଏନ୍ ଏ ସି ର କଡ଼ା ପଦକ୍ଷେପ”
Comments are closed.