
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଧର୍ମଗଡ଼ ଥାନା ଅଧୀନ ମୁଖୀଗୁଡ଼ା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଗୁରୁବାର ଭୋର ପ୍ରାୟ ୪ ଟା ସମୟରେ ଗାଁର ଟିକଚନ ଚଣ୍ଡୀଙ୍କ ୯ ବର୍ଷୀୟା ଝିଅ କାଜଲ ଚଣ୍ଡୀଙ୍କୁ ସାପ କାମୁଡ଼ି ଦେଇଥିଲା। ଘଟଣାଟି ଘରେ ଶୋଇଥିବା ସମୟରେ ଘଟିଥିଲା। ପରିବାର ଲୋକେ କାଜଲଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଧର୍ମଗଡ଼ ମେଡିକାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ପରିବାର ଲୋକେ ଧର୍ମଗଡ଼ ଥାନାରେ ଏକ ଅଭିଯୋଗ ଦାୟର କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ସାପକାମୁଡ଼ାରେ ୯ ବର୍ଷୀୟା ଶିଶୁକନ୍ୟାର ମୃତ୍ୟୁ”
Comments are closed.