
ଧର୍ମଗଡ଼:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ)କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗୋଲାମୁଣ୍ଡା ଗ୍ରାମରେ ଜଣେ ଯୁବ ବ୍ୟବସାୟୀଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋଲାମୁଣ୍ଡା ଗ୍ରାମର ରାକେଶ କୁମାର ଅଗ୍ରୱାଲ (୩୮), ଯିଏ ଗୋଲାମୁଣ୍ଡା ବ୍ଲକରେ ଜଣେ ସୁପରିଚିତ ବ୍ୟବସାୟୀ ଥିଲେ। ସୂଚନା ଅନୁଯାୟୀ, ରାକେଶ ନିଜ ଗୋଦାମ ଗୃହରେ ଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆଘାତ ପାଇଥିଲେ। ଫଳରେ ସେହି ସ୍ଥାନରେ ଅଚେତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ରେଫର କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “କଳାହାଣ୍ଡି: ବିଦ୍ୟୁତ ଆଘାତରେ ଯୁବ ବ୍ୟବସାୟୀଙ୍କର ମୃତ୍ୟୁ”
Comments are closed.