
ଖଣ୍ଡପଡା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ବ୍ଲକ ଅଧିନ ବେଣାଗାଡିଆ ପଞ୍ଚାୟତର ବରକୋଳି ମୌଜାରେ ଅବସ୍ଥିତ ସଂରକ୍ଷିତ ଜଙ୍ଗଲ ଜମିରୁ ମାଫିଆମାନେ ବର୍ଷ ବର୍ଷ ଧରି ଅବାଧରେ ମୋରମ ଚାଲାଣ କରୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଚୋରାରେ ମୋରମ ଚାଲାଣ ଯୋଗୁଁ ଜଙ୍ଗଲ ସମ୍ପଦ ଓ ମୃଭିକା କ୍ଷୟ ହେବା ସହ ଏକଦା ବନୀକରଣ ଯୋଜନାରେ ବନ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ରୋପଣ କରାଯାଇଥିବା ବୃକ୍ଷରାଜି ଗୁଡିକ ନଷ୍ଟ ହେବାରେ ଲାଗିଛି । ପ୍ରଶାସନିକ ସ୍ଥାଣୁତାର ସୁଯୋଗ ନେଇ ମାଫିଆମାନେ ଅବାଧରେ ଉକ୍ତ ସ୍ଥାନରୁ ମୋରମ ଚାଲାଣ କରି ମୋଟା ଅଙ୍କର ଅର୍ଥ ଆୟ କରୁଥିବା ବେଳେ ରାଜ୍ୟ ସରକାର ଏ ବାବଦରେ ବିପୁଳ ପରିମାଣର ରାଜସ୍ବ ହରାଉଥିବା ଅଭିଯୋଗ ହେଉଛି। ପ୍ରକାଶଥାଉକି ରାଜ୍ୟ ସରକାର ବନୀକରଣ ଯୋଜନାରେ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ତହସିଲ ପ୍ରଶାସନର ଅଣଦେଖା ଯୋଗୁଁ ମାଫିଆମାନେ ବେଶ ସକ୍ରିୟ ହୋଇ ଉଠିଥିବା ଅଭିଯୋଗ ହେଉଛି। ମାଫିଆମାନଙ୍କ କାର୍ଯ୍ୟକଳାପ ପ୍ରତି ଖଣ୍ଡପଡ଼ା ତହସିଲଦାର ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
12 thoughts on “ଚୋରାରେ ମୋରମ ଚାଲାଣ ପ୍ରତି ଆଖି ବୁଜି ଦେଇଛି ପ୍ରଶାସନ”
Comments are closed.