
ଧର୍ମଗଡ(ଧର୍ମଗଡ ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ସୋମବାର ରେଙ୍ଗସାପାଲି ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୭୮ ଅଭିଯୋଗରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରି ୩୨ ଟି ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା । ରାଜ୍ୟ ତଥା ମୋହନ ସରକାର ଓ କେନ୍ଦ୍ର ତଥା ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସୁବିଧା ପ୍ରତି ଗାଁରେ ପହଞ୍ଚାଇବା ଆମ ପ୍ରଶାସନର ଉଦ୍ଦେଶ୍ୟ ବୋଲି ବ୍ଲକ ଅଧ୍ୟକ୍ଷ ମହାନନ୍ଦ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ,ବିଡ଼ିଓ ତ୍ରିପୁରା ମହାନନ୍ଦ,ବିଇଓ ରାଜେଶ ନାଏକ,ସରପଞ୍ଚ ରଜନୀ ବୁଦ୍ଧିଆ, ସମିତି ସଭ୍ୟା ସଂଗୀତା ଯାନୀ, ସହକାରୀ ଯନ୍ତ୍ରୀ ଚିତ୍ତ ରଂଜନ ଜେନା, ସାମାଜିକ ସୁରକ୍ଷା ବିଭାଗ ପିତାମ୍ବର ନାଏକ,ଗ୍ରାମୀଣ ଗୃହ ଯୋଜନାର ବିପିସି ମଧୁ ସାହୁ,ରାଜସ୍ବ ନିରୀକ୍ଷକ କ୍ଷମା ନିଧି ନାଏକ, ମହିଳା ପରିଦର୍ଶିକା ମଞ୍ଜୁଲତା ପଟ୍ଟନାୟକ, ଯୋଗାଣ ବିଭାଗ ରୁ ରୁପେଶ ବେମାଲ,ଜନ ମଙ୍ଗଳ ବିଭାଗରୁ ସୁନୀଲ କୁମାର ରାଉତ, ଏପିଓ କ୍ଷେତ୍ର ମୋହନ ମାଝୀ,ପାନୀୟ ଜଳ ବିଭାଗ ରୁ ରିତା ରାଣୀ କିଷାନ, ଏସବିଏମ ବିଭାଗ ରୁ ନିତ୍ୟା ତାଣ୍ଡି, ବ୍ଲକ କୃଷି ଅଧିକାରୀ ନାଉକେଶ୍ୱର ନାଗ,ପିଇଓ ଅଲେଖ ସା,ଏଡିଇଓ ଦିନ ବନ୍ଧୁ ନାଗ, ଜନ ଶୁଣାଣି ବିଭାଗ ରୁ ନନ୍ଦିନୀ ଶବର ସମେତ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ଓ ରେଙ୍ଗସାପାଲି ପଞ୍ଚାୟତର ଅନେକ ଜନସାଧାରଣ ଉପସ୍ଥିତ ଥିଲେ ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ।”
Comments are closed.