
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଶ୍ରାବଣ ମାସରେ ଧର୍ମଗଡ଼ ସହରରେ ପ୍ରଭୁ ଭୋଳାନାଥଙ୍କ ପୂଜାରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳୁଛି। ଯୁବକମାନେ ହାତରେ ନଡ଼ିଆ ଓ ଜଳ ଧରି “ଗୁରୁଣ୍ଡି ଗୁରୁଣ୍ଡି” ବୋଲବମ କରି ମହାଦେବଙ୍କ ନିକଟରେ ଜଳଲାଗି କରିବା ପାଇଁ ଯାତ୍ରା କରୁଛନ୍ତି। ଏକ ବିଶେଷ ଘଟଣାରେ, ସାଲେକେଲା ପଡ଼ାରୁ ଜଳ ଆଣି ଧର୍ମଗଡ଼ ବସ୍ତି ପଡ଼ାର ଯୁବକମାନେ ରୁଦ୍ରେଶ୍ୱର ବାବାଙ୍କ ମନ୍ଦିରରେ ଜଳଲାଗି କରୁଛନ୍ତି। ସେହିପରି ଭୀମଖୋଜ ପଡ଼ାର ପାତେଲେଶ୍ୱର ଶୈବପୀଠରେ ମଧ୍ୟ ଜଳଚଢ଼ାଇବା ଜାରି ରହିଛି। ଏହି ଯୁବକମାନେ ଶ୍ରାବଣ ମାସ ଆରମ୍ଭରୁ ପ୍ରାୟ ୩ କିଲୋମିଟର “ଗୁରୁଣ୍ଡି ଗୁରୁଣ୍ଡି” ଯାତ୍ରା କରି ମହାଦେବଙ୍କୁ ଜଳଲାଗି କରୁଛନ୍ତି। ଏହା ଏକ ବାର୍ଷିକ ପରମ୍ପରା ହୋଇଥିବା ଯୁବକମାନେ ଜଣାଇଛନ୍ତି। ଏହି ବୋଲବମ ଯାତ୍ରାକୁ ଦେଖିବା ପାଇଁ ରାସ୍ତାକଡ଼ରେ ଶହଶହ ଲୋକଙ୍କ ଗହଳି ଦେଖାଦେଉଛି। ଶିବାଭୋଇ, ଚନ୍ଦନ, ମିକୁ, ହିତେଶ, ରୁଦର, ରାଜୁ, ଇମେଶ, ଆକାଶ, ସୁବାମ୍ବ, ପ୍ରଦୀପ, ବଣ୍ଟି, ଲୋକେଶ, କାହ୍ନା, ହିମାଂଶୁ, ଅର୍ଜୁନ, ତପୁ, ରିକ୍ଷୀ, ଡିନୁ, ଆସିକି ପ୍ରମୁଖ ଏହି ଯାତ୍ରାରେ ଅଂଶଗ୍ରହଣ କରି ଜଳଚଢ଼ାଇଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଶ୍ରାବଣ ମାସରେ ଯୁବକଙ୍କ ବୋଲବମ ଯାତ୍ରା”
Comments are closed.