
ଜୟପାଟଣା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଆଜି ସନ୍ଧ୍ୟାରେ ଜୟପାଟଣା ଅବକାରୀ ବିଭାଗ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ରୋକିବାରେ ସଫଳ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଅବକାରୀ ବିଭାଗ ଜୟପାଟଣା ରାଜବାଟି ଛକରେ ବିଶାଖାପାଟଣା ଯାଉଥିବା ଓଏସଆରଟିସି ବସ (ନମ୍ବର: ଓଡ଼ି ୦୮ ଆର ୧୯୫୨) ରେ ତଲାସୀ ଚଳାଇଥିଲା। ଏହି ତଲାସୀ ସମୟରେ ପ୍ରାୟ ୧୦ ରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇଛି। ଘଟଣାସ୍ଥଳରୁ ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଅଟକ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଟକ ଯୁବକ ଏବଂ ଫେରାର ଯୁବକ ଉଭୟ ବାହାର ଜିଲ୍ଲାର ବୋଲି ସନ୍ଦେହ କରାଯାଉଛି। ଅବକାରୀ ବିଭାଗ ଏହି ଘଟଣାର ତଦନ୍ତ ଜାରି ରଖିଛି ଏବଂ ଫେରାର ଅଭିଯୁକ୍ତକୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଫେରାର ଅଭିଯୁକ୍ତକୁ ମଧ୍ୟ ଖୋଜି ବାହାର କରିଛି ଓ ଦୁଇଜଣଙ୍କୁ ଅଟକ ରଖିଛି।
ସ୍ବତନ୍ତ୍ର ଖବର – ରବିନ୍ଦ୍ର ମିଶ୍ର
13 thoughts on “ବିଶାଖାପାଟଣା ବସରେ ଗଞ୍ଜେଇ ଚାଲାଣ: ଜୟପାଟଣା ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ, ଦୁଇ ଜଣ ଅଟକ ।”
Comments are closed.