
ଖଣ୍ଡପଡ଼ା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବ୍ୟାଙ୍କ ଅଫ ବରୋଦାର ୧୧୮ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଖଣ୍ଡପଡ଼ା ବ୍ଲକ ଅଧିନ ରାଣୀଛେଲି ପଞ୍ଚାୟତର କଳପଙ୍ଗି ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ବ୍ୟାଙ୍କ ଅଫ ବରୋଦା ରାଣୀଛେଲି ଶାଖା ପକ୍ଷରୁ ଏକ ଆକ୍ବାଗାର୍ଡ ପ୍ରଦାନ କରାଯାଇଛି। ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଏହି ଆକ୍ବାଗାର୍ଡ ଜରିଆରେ ସ୍ବଛ ପାନୀୟଜଳ ମୁନ୍ଦାଏ ପାଇପାରିବେ ବୋଲି ଜଣାପଡିଛି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ,ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତିରେ ବ୍ୟାଙ୍କ ଶାଖା ପରିଚାଳକ ଓ୍ବାଇ ମୋହନ ରାଓ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ଆକ୍ବାଗାର୍ଡ ଟିକୁ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନ କର୍ତ୍ତୃପକ୍ଷ ଏଥି ନିମନ୍ତେ ବ୍ୟାଙ୍କ କର୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ବରୋଦା ବ୍ୟାଙ୍କ ପକ୍ଷରୁ ବିଦ୍ୟାଳୟକୁ ଆକ୍ବାଗାର୍ଡ ପ୍ରଦାନ”
Comments are closed.