
ଧର୍ମଗଡ଼( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗୋଲାମୁଣ୍ଡା ବ୍ଲକ ସଭାଗୃହରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଚୟନିତ ହୋଇଛନ୍ତି। ବିଡ଼ିଓ ତ୍ରିପୁରା ମହାନନ୍ଦ ଆବାହକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ, ସିଡିପିଓ, ବିଇଓ ରାଜେଶ ନାଏକ, ସରପଞ୍ଚମାନେ ଏବଂ ଜୟନ୍ତ ସିଂ, ଗଙ୍ଗା ବିଷ୍ଣୁ ମୁଣ୍ଡ ଓ ରାମବିଳାସ ସାଗର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏହି ଗଠନ କାର୍ଯ୍ୟକ୍ରମରେ ଏବିଡିଓ ବିଜୟ ନାଏକ, ଜିପିଡିଓ ରମିତ ପ୍ରଧାନ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ପୁଲିସ ପ୍ରଶାସନ, ଡାକ୍ତର ଏବଂ ଜିଲ୍ଲା ସୁରକ୍ଷା ସଦସ୍ୟା ରାଜଲକ୍ଷ୍ମୀ ଦାଶ ଓ ଶ୍ରୀମତୀ ମହାନ୍ତି ଉପସ୍ଥିତ ଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଗୋଲାମୁଣ୍ଡା ବ୍ଲକରେ ଶିଶୁ ସୁରକ୍ଷା କମିଟି ଗଠନ”
Comments are closed.