
କଲମପୁର (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ବଡକୁଟ୍ରୁ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ନେତାଜୀ ସେବା ସଂଗଠନ, ଧନପୁର ପ୍ରଡ୍ୟୁସର ଗ୍ରୁପ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ୧୧୯ତମ ଶିକ୍ଷା ଚେତନା ଅଭିଯାନ ତଥା ଅମ୍ରୁତ ପାଠ୍ୟସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ବଡକୁଟ୍ରୁ ପେକ୍ସ ସଭାନେତ୍ରୀ ମଞ୍ଜୁଲା ସାହୁ ମୁଖ୍ୟ ଅତିଥି, ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ମୁଖ୍ୟ ବକ୍ତା ଏବଂ ସମିତି ସଭ୍ୟ ବିକ୍ରମ କେଶରୀ ନାଏକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଘନଶ୍ୟାମ ନାଏକ, ଶିକ୍ଷକ ବନମାଳୀ ସାହୁ ଏବଂ ସଂଗଠନର ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ଉପସ୍ଥିତ ଥିଲେ। ଅତିଥିମାନେ ଗ୍ରାମାଞ୍ଚଳରେ ଶିକ୍ଷାନୁଷ୍ଠାନଗୁଡିକରେ ଏଭଳି କାର୍ଯ୍ୟକ୍ରମକୁ ଶିକ୍ଷଣୀୟ, ସଚେତନତାମୂଳକ ଓ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ବେଦପ୍ରକାଶ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଲଲିତ କୁମାର ବିଶୀ ସ୍ୱାଗତ ଭାଷଣ ଦେଇଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା ଓ ସାହିତ୍ୟ, ବିଜ୍ଞାନ, ଗଣିତ, ଇତିହାସ, ନାଗରିକ ବିଜ୍ଞାନ, ମହାପୁରୁଷଙ୍କ ଜୀବନୀ ଏବଂ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧୀୟ ଏକ ପ୍ରଶ୍ନମଞ୍ଚ ଆୟୋଜନ କରାଯାଇଥିଲା। ଏଥିରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ନବମ ଓ ଦଶମ ଶ୍ରେଣୀର ୧୦ ଜଣ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ପ୍ରଦାନ କରାଯାଇଥିଲା। ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମକୁ ଯୁବ ସଂଗଠକ ଅବିନାଶ ମୁଣ୍ଡ ପରିଚାଳନା କରିଥିବା ବେଳେ ସଞ୍ଜୟ କୁମାର ସାହୁ ବିଚାରକ ଏବଂ ଦୁଷ୍ମନ୍ତ କୁମାର ପଣ୍ଡା ଗଣକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ପରିଶେଷରେ ରାଧାମୋହନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ଶିକ୍ଷା ଓ ସଚେତନତା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନ ଓ ପ୍ରେରଣା ସଂଚାର କରିଛି।
ସ୍ବତନ୍ତ୍ର ଖବର – ଗଣେଶ ରାମ ବାଗ
13 thoughts on “ବଡକୁଟ୍ରୁ: ୧୧୯ତମ ଶିକ୍ଷା ଚେତନା ଅଭିଯାନ ଓ ଅମ୍ରୁତ ପାଠ୍ୟସେବା କାର୍ଯ୍ୟକ୍ରମ ଅନୁଷ୍ଠିତ”
Comments are closed.