
ଖଣ୍ଡପଡ଼ା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ବ୍ଲକ କୁମ୍ଭାରପଡା ପଞ୍ଚାୟତସ୍ଥିତ ରାମଚନ୍ଦ୍ର ଉଚ୍ଚ ପ୍ରାଥମିକ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ରତ୍ନାକର କହଁର ଙ୍କ ଅଧ୍ଯକ୍ଷତାରେ ବୁଧବାର ଅଭିଭାବକ- ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ । ଉଦ୍ଦେଶ୍ୟ ହେଉଛି ଆସ ସ୍କୁଲ ଯିବା ଅଭିଯାନ’ ବୋଲି ମତ ପ୍ରକାଶ କରିଥିବା ବେଳେ କେତେଜଣ ପିଲା ଘରର ଆର୍ଥକ ଅବସ୍ଥା ଦୃଷ୍ଟିରୁ ଅଧାରୁ ସ୍କୁଲ ଛାଡିବା କିମ୍ବା ବୟସ ହୋଇଥିଲେ ମଧ୍ୟ ଶିକ୍ଷାଲାଭରୁ ବଞ୍ଚିତ ହେଇଥିବା ପିଲାମାନଙ୍କୁ କିପରି ପ୍ରୋତ୍ସାହିତ କରାଯିବ ସେ ସମ୍ପର୍କରେ ବିସ୍ମୃତଭାବେ ଆଲୋକପାତ କରିଥିଲେ । ଏହାଛଡା ପିଲା ମାନଙ୍କୁ ପାଠ ମନସ୍ଥ କରାଇବା ଓ ସେମାନଙ୍କ ଭିତରେ ଥିବା ପ୍ରତିଭା ବିକାଶ ପାଇଁ ପଦକ୍ଷେପ ନେବାକୁ ସ୍ଥିର ହୋଇଥିଲା । ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ସଂକଳ୍ପ ପୁସ୍ତିକାରେ ସ୍ଥାନିତ କରାଯାଇଛି। ଅଭିଭାବକମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ଶିକ୍ଷାନୁଷ୍ଠାନ ପରିସରରେ କିପରି ସୁସ୍ଥ ବାତାବରଣ ସୃଷ୍ଟି ହୋଇପାରିବ ସେ ସଂପର୍କରେ ପ୍ରଧାନ ଶିକ୍ଷକ ଙ୍କ ସହଯୋଗ କାମନା କରିଥିଲେ।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
12 thoughts on “ପ୍ରତିଭା ବିକାଶ ଉପରେ ଗୁରୁତ୍ୱାରୋପ।”
Comments are closed.