
ଭୁବନେଶ୍ୱର (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଭାରତ ମୁକ୍ତି ମୋର୍ଚ୍ଚା ଓ ଏହାର ସହଯୋଗୀ ସଂଗଠନଗୁଡ଼ିକ କଳାହାଣ୍ଡି ଜିଲ୍ଲାର କୁରୁଗୁଡା, ଧାମନପୁର ଓ ଜୟନ୍ତପୁର ଏସଏସଡି ବିଦ୍ୟାଳୟ ପରିଦର୍ଶନ କରି ସରକାରୀ ଅବ୍ୟବସ୍ଥାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ମୌଳିକ ସୁବିଧା ଯଥା ହଷ୍ଟେଲ, ଶ୍ରେଣୀ ଗୃହ, ଡେସ୍କ-ବେଞ୍ଚ ଆଦିର ଅଭାବ ସହ ଅସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଦୁର୍ଦଶା ଆଡ଼କୁ ଠେଲି ଦେଇଛି। +୨ ମହାବିଦ୍ୟାଳୟ ଆରମ୍ଭ ହୋଇ ଦୁଇବର୍ଷ ହେଉଥିବା ବେଳେ କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଡେକ୍ସ ବେଞ୍ଚ ନାହିଁ, ରହିବାକୁ ହଷ୍ଟେଲ ନାହିଁ, ତେବେ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ବିକାଶ ପାଇଁ ଡିମ୍ବିଡିମ୍ବି ପିଟୁଥିବା ସରକାର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ପାଇଁ ଅଣଦେଖା କାହିଁକି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି। ଧାମନପୁର ଏସଏସଡି ବିଦ୍ୟାଳୟରେ ୨୦୧୮ ମସିହାରୁ ଗୋଟିଏ ଏଜେନ୍ସି ହଷ୍ଟେଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ଆଜକୁ ୭ ବର୍ଷ ହେବ ଅସମ୍ପୂର୍ଣ୍ଣ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ବିପଦଜନକ ଗୃହରେ ରହୁଛନ୍ତି ଓ ଖାଇବା ଓ ପଢ଼ିବା ପାଇଁ ୧-୨ କିମି ଦୂରତା ଅତିକ୍ରମ କରୁଛନ୍ତି। ଜୟନ୍ତପୁର ଓ ଅନ୍ୟ ଏସଏସଡି ବିଦ୍ୟାଳୟରେ +୨ ମହାବିଦ୍ୟାଳୟ ଆରମ୍ଭ ହୋଇଥିଲେ ମଧ୍ୟ ଭିତ୍ତିଭୂମିର ଅଭାବ ରହିଛି। ଏହି ପରିଦର୍ଶନରେ ଭାରତ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ମାଧବ ସୁନାନୀ, ରାଷ୍ଟ୍ରୀୟ ମୂଳନିବାସୀ ବହୁଜନ କର୍ମଚାରୀ ସଂଘ ରାଜ୍ୟ ସଭାପତି ଡମ୍ବରୁଧର ମାଝୀ, ବହୁଜନ ମୁକ୍ତି ପାର୍ଟି ଜିଲ୍ଲା ସଭାପତି ମହେନ୍ଦ୍ର ଧଙ୍ଗଡା ମାଝି, ଭାରତ ମୁକ୍ତି ମୋର୍ଚ୍ଚା ରାଜ୍ୟ ଉପସଭାପତି ଲବ କରୁଆ, ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡାରେସନ କାର୍ଯ୍ୟକାରୀ ସଭାପତି ତ୍ରିନାଥ ନାଏକ, ପ୍ରମୁଖ ନେତା ସାମିଲ ଥିଲେ। ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି ଯେ, ଯଦି ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ନ ଦିଅନ୍ତି, ତେବେ ଆଗାମୀ ଦିନରେ ତୀବ୍ର ବିରୋଧ ଓ ଆନ୍ଦୋଳନର ସାମ୍ନା କରିବାକୁ ପଡ଼ିବ। ଏସସି/ଏସଟି ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ମୌଳିକ ଅଧିକାର ନିଶ୍ଚିତ କରିବା ପାଇଁ ସଂଗଠନଗୁଡ଼ିକ ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି ଭାରତ ମୁକ୍ତି ମୋର୍ଚ୍ଚା ସଭାପତି ପ୍ରକାଶ କରିଛନ୍ତି।
ବ୍ୟୁରୋ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “କଳାହାଣ୍ଡିରେ ଏସଏସଡି ବିଦ୍ୟାଳୟ ଅବ୍ୟବସ୍ଥା: ଭାରତ ମୁକ୍ତି ମୋର୍ଚ୍ଚାର ସରକାରଙ୍କୁ ସମାଲୋଚନା।”
Comments are closed.