
ଖଣ୍ଡପଡ଼ା (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବିଦ୍ୟୁତ ବିତରଣ କମ୍ପାନୀ (ଟିପିସିଓଡିଏଲ) କର୍ତ୍ତୃପକ୍ଷଙ୍କ ମନମାନୀକୁ ନେଇ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ଆରମ୍ଭ କରି ସାଧାରଣରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିବା ଜଣାପଡିଛି।ପ୍ରାପ୍ତ ସୂଚନାନୁଯାୟୀ ଖଣ୍ଡପଡ଼ା ବ୍ଲକ ଅଧିନ କଣ୍ଟିଲୋ ଠାରୁ ଗଣିଆକୁ ସଂଯୋଗ କରୁଥିବା ୪୮ ନଂ ରାଜ୍ଯ ରାଜପଥ ପାର୍ଶ୍ବରେ ନୂତନ ଭାବେ ବିଦ୍ୟୁତ ଖୁଣ୍ଟ ପୋତାଯାଇ ଉଚ୍ଚ ଶକ୍ତି ସମ୍ପନ୍ନ ୩୩ କେଭି ବିଦ୍ୟୁତ ତାର ଟାଣିବା ନିମନ୍ତେ ବିଦ୍ୟୁତ ବିତରଣ କମ୍ପାନୀ ପକ୍ଷରୁ କାର୍ଯ୍ଯ ଆରମ୍ଭ ହୋଇଛି। ରାସ୍ତା ପାର୍ଶ୍ବରେ ବିଦ୍ୟୁତ ଖୁଣ୍ଟ ଗୁଡିକ ପୋତାଯାଉଥିବା ବେଳେ ଗତ କିଛିବର୍ଷ ପୂର୍ବେ ପଥପାର୍ଶ୍ବ ବନୀକରଣ ଯୋଜନାରେ ବନ ବିଭାଗ ପକ୍ଷରୁ ରାସ୍ତା ପାର୍ଶ୍ବରେ ଲଗାଯାଇଥିବା ଗଛ ଗୁଡିକର ଉପର ଅଂଶକୁ ବିଦ୍ୟୁତ ବିଭାଗର କର୍ମଚାରୀମାନେ ବେଫିକର ଭାବେ କାଟି ଦେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଖଣ୍ଡପଡ଼ା ଅଞ୍ଚଳର ପରିବେଶବିତମାନେ ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ଯ ରାଜପଥ ପାର୍ଶ୍ବରେ ମୂଲ୍ୟବାନ ଛାୟା ପ୍ରଦାନକାରୀ ଗଛ ଗୁଡିକ ଲଗାଯାଇଥିଲା। ଏବେ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ ବିଦ୍ୟୁତ ତାର ଟାଣିବା ପାଇଁଁ ଯେଉଁଭଳି ଢଙ୍ଗରେ ରାସ୍ତା ପାର୍ଶ୍ବ ଗଜା ଗଛ ଗୁଡିକୁ କାଟି ଦେଉଛନ୍ତି ସେଥିପ୍ରତି ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଓ ନୟାଗଡ ବନଖଣ୍ଡ ଅଧିକାରୀ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ଅଞ୍ଚଳବାସୀ ଦାବି କରିଛନ୍ତି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “୩୩ କେଭି ବିଦ୍ୟୁତ ତାର ନିମନ୍ତେ ବଳିପଡୁଛି ରାସ୍ତା ପାର୍ଶ୍ବ ବୃକ୍ଷ , ପ୍ରଶାସନ ନୀରବ”
Comments are closed.